ଭୁବନେଶ୍ବର,୯।୬: ରାଜନୀତିରେ ନିଜର ସ୍ଥିତି ଜାହିର କରିବାକୁ ହେଲେ ନେତାଙ୍କୁ କିଛିନା କିଛି ଇସ୍ୟୁ ଦରକାର ଯାହା ଏବେ କଂଗ୍ରେସ ଦଳ କରୁଛି । ୨୦୨୨ରେ ୟୁପି ନିର୍ବାଚନ ହେବାକୁ ଥିବା ବେଳେ ତା ପୂର୍ବରୁ ୟୁପି ବିଜେପିରେ ଫାଟ, ଯୋଗୀ ବନାମ ମୋଦି, ୟୁପିରେ ବିକଳ୍ପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଖୋଜୁଛି ବିଜେପି ଏମିତି କେତେ ପ୍ରପୋଗେଣ୍ଡା କଂଗ୍ରେସର ପେଡ୍ ମିଡିଆ ଦେଖାଉଥିବା ବେଳେ ସବୁଥିରେ କଂଗ୍ରେସ କିନ୍ତୁ ବିଫଳ ହେଉଛି । କଂଗ୍ରେସ ଛଦ୍ମ ରାଜନୀତିରେ ଲାଗିଥିବା ବେଳେ ଅନ୍ୟପଟେ ଆଜି ୟୁପି କଂଗ୍ରେସକୁ ଝଟକା ଲାଗିଛି । କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଜିତିନ୍ ପ୍ରସାଦ୍ । ହଁ ଗୋଟିଏ କଥା ସତ୍ୟ, ଭାରତୀୟ ଜନତା ମିଛ କଥାରେ ସହଜରେ ଭ୍ରମିତ ହୋଇ ବିଶ୍ବାସ କରି ଯାଆନ୍ତି । କଂଗ୍ରେସ ବର୍ତ୍ତମାନ ସେହି ପନ୍ଥା ଆପଣାଉଥିବା ରାଜନୈନିକ ସମୀକ୍ଷକ ମତ ପ୍ରକାଶ କରୁଛନ୍ତି । ତେବେ ୟୁପିରେ ଆସନ୍ତା ନିର୍ବାଚନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ନେତୃତ୍ବରେ ହିଁ ନିର୍ବାଚନ ଲଢିବା ନେଇ ବିଜେପି ସ୍ପଷ୍ଟ କରିସାରିଛି । କ୍ଷମତା ପାଇଁ କଂଗ୍ରେସ ଦଳର ଏଭଳି ପ୍ରୟାସ ସବୁ ବିଫଳ ହେଉଥିବା ବେଳେ ସମୟ ଆସିବ କଂଗ୍ରେସ ସତ କଥା କହିଲେ ମଧ୍ୟ ଲୋକ ଆଉ ବିଶ୍ବାସକୁ ନେବେ ନାହିଁ । ତେଣୁ ଇସ୍ଯୁ ବିହିନ ରାଜନୀତି ତଥା ଛଦ୍ମ ରାଜନୀତି କଂଗ୍ରେସ ଦଳ ଅବା ରାହୁଲ ଗାନ୍ଧି ପାଇଁ ଭବିଷ୍ୟତରେ ଅଡୁଆ ପଢାଇପାରେ ତାକୁ ମଧ୍ୟ ଅସ୍ବୀକାର କରାଯାଇ ନପାରେ ।

