ବୌଦ୍ଧ: ରବି ଧାନର ଅଭାବି ବିକ୍ରୀକୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜପି । ଆଜି ସକାଳ ୧୦-୧୨ଟା ପର୍ୟ୍ୟନ୍ତ ମନମୁଣ୍ଡା ଠାରେ ରାସ୍ତାରୋକ କରି ଆନ୍ଦୋଳନ କରିଛି ବିଜେପି । ବୌଦ୍ଧ ଜିଲ୍ଲାରେ ଚଳିତ ରବି ଧାନ ବିକ୍ରୟ ପାଇଁ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ମଣ୍ଡିମାନଙ୍କରେ ଧାନ ପଡିରହି ବର୍ଷାରେ ଧାନ ଗଜା ମଧ୍ୟ ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା । ଚାଷୀଙ୍କ ସମସ୍ୟାକୁ ନେଇ ଆଜି ୨ଘଣ୍ଟିଆ ଆନ୍ଦୋଳନ କରିଥିବା ବେଳେ ସମସ୍ୟା ସମାଧାନ ନହେଲେ ଆଗକୁ ଆନ୍ଦୋଳନ ଜୋରଦାର କରାଯିବ ବୋଲି ବିଜେପି କହିଛି । ଏହି ଆନ୍ଦୋଳନରେ ବିଜେପି ସଭାପତି ବିପ୍ରଚରଣ ମହାନ୍ତି,ବରିଷ୍ଠ ବିଜେପି ନେତା କହ୍ନେଇ ଚରଣ ଡାଙ୍ଗ,ରାକେଶ ତ୍ରିପାଠୀ,ନିରଜଂନ କର୍ଣ୍ଣ,ସୁଶାନ୍ତ ବାଘ ସହ ଅନେକ କର୍ମି ସାମିଲ ଥିଲେ ।

