TOP NEWS

6/recent/ticker-posts

କଂଗ୍ରେସ ମୁଖିଆ ରେସ୍ ରେ ୩ନେତା

 


ଭୁବନେଶ୍ବର,୧୩।୭: ରାଜ୍ୟ କଂଗ୍ରେସ ରେ ଦିର୍ଘଦିନରୁ ହେଉଥିବା ଚର୍ଚ୍ଚାରେ ପଡିପାରେ ପୂର୍ଣ୍ଣଛେଦ । ରାଜ୍ୟ କଂଗ୍ରେସ ସଭାପତି ପରିବର୍ତନକୁ ନେଇ ଆରମ୍ଭ ହୋଇଛି ପ୍ରକ୍ରିୟା । ବର୍ତ୍ତମାନ କଂଗ୍ରେସର ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକ ରହିଥିବା ବେଳେ ରାଜ୍ୟ କଂଗ୍ରେସର ମଙ୍ଗ କିଏ ଧରିବ ତାକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି । ନିରଂଜନ ପଟ୍ଟନାୟକ ଥିବା ସମୟରେ କଂଗ୍ରେସ ସେତେଟା ଆଗେଇ ପାରିନଥିବା ବେଳେ କୋଭିଡ ଯୋଗୁଁ ସମୟ ମଧ୍ୟ ସାଥ୍ ଦେଲାନାହିଁ । କିନ୍ତୁ କାହାକୁ ଦେଲେ ଓଡିଶାରେ କଂଗ୍ରେସ ଫର୍ମକୁ ଫେରିବ ସେନେଇ ହାଇକମାଣ୍ଡ୍ ବିଚାରବିମର୍ଶ କରୁଛନ୍ତି । ଏବଂ ଖୁବଶିଘ୍ର ନା ମଧ୍ୟ ଘୋଷଣା ହୋଇପାରେ ବୋଲି ଆଭାସ ମିଳୁଛି । ଯେଉଁ ନେତା ମାନଙ୍କ ନା ଶୁଣିବାକୁ ମିଳୁଛି ସେଥିରେ ରହିଛନ୍ତି ବରିଷ୍ଠ ନେତା ଚିରଞ୍ଜିବି ବିଶ୍ବାଳ, ତାରା ପ୍ରସାଦ ବାହୀନି, କଟକର ମଙ୍କିମ ବାବୁ ମଧ୍ୟ ରହିଥିବା କୁହାଯାଉଛି । ତେବେ ବର୍ତମାନ ଦରବୃଦ୍ଧିକୁ ନେଇ ବିଜେପି ଉପରେ ସାଧାରଣ ଜନତା ଖପ୍ପାଥିବା ବେଳେ ଏହାର ଫାଇଦା କେତେ କଂଗ୍ରେସ ଉଠାଇ ପାରୁଛି ତାହା ସମୟ ଆସିଲେ ଜଣାପଡିବ । ହେଲେ ନିର୍ଭର କରୁଛି ହାଇକମାଣ୍ଡ କାହାକୁ ସଭାପତି ଘୋଷଣା କରୁଛନ୍ତି ।