TOP NEWS

6/recent/ticker-posts

ମିଛ ରେପ୍ କେସ ହେଲେ କଣ କରିବେ ?


ଭୁବନେଶ୍ବର(ରଂଜନ କୁମାର ଦାଶ):ଯଦି କେହି ଆପଣଙ୍କ ନାରେ ଥାନାରେ ମିଛ ରେପ୍ କେସ୍ କିମ୍ବା ଯେ କୌଣସି କେସ କରେ ତାହେଲେ ଭୟ କରିବାର କୌଣସି କାରଣ ନାହିଁ । ସେ କ୍ଷେତ୍ର ରେ ଆପଣ କଣ କରିବେ ? ପ୍ରଥମେ ଆପଣ ନିଜେ ପୋଲିସ ପାଖକୁ ଯାହାନ୍ତୁ ଆଉ ଯେଉଁ ଆଧାରରେ ଏହା ମିଛ ଏଫ୍.ଆଇ.ଆର ବୋଲି ଭାବୁଛନ୍ତି ତାହା ପୋଲିସକୁ କୁହନ୍ତୁ । ଯଦି ଥାନାକୁ ଗଲେ ପୋଲିସ ଗିରଫ୍ କରିବାର ସମ୍ଭାବନା ଦେଖାଯାଏ ସେ କ୍ଷେତ୍ରରେ ଆପଣଙ୍କ ପରିବାର କିମ୍ବା ଜଣେ ମଧ୍ୟସ୍ଥତାର ସହଯୋଗ ଲୋଡନ୍ତୁ । ଯାହାଫଳରେ ଆପଣଙ୍କ କଥା ପୋଲିସକୁ ଯାଇ କହିପାରିବେ । ଯଦି ଆପଣ ଭାବୁଛନ୍ତି ପୋଲିସ କିଛି ଶୁଣିବା ମୁଡରେ ନାହିଁ ତାହେଲେ ସେକ୍ଷେତ୍ର ରେ ଜିଲ୍ଲା ଏସ.ପିଙ୍କ ପାଖକୁ ଯାଇଁ ନିରପେକ୍ଷ ତଦନ୍ତ କରିବାକୁ ଲିଖିତ ଭାବରେ ଦାବି କରନ୍ତୁ । ଯଦି ଏସ୍.ପି ଅନୁଭବ କରନ୍ତି ଏହା ମିଛ କେସବୋଲି ପୋଲିସକୁ ସଠିକ୍ ତଦନ୍ତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇପାରନ୍ତି । CrPC 41ରେ ସ୍ପଷ୍ଟ ଉଲ୍ଲେଖ ରହିଛି କି ଜଣକୁ ଗିରଫ କରିବାକୁ ହେଲେ ପୋଲିସ ତାହାର ରିଜନ୍ ଲେଖିବାକୁ ପଡିବ । ଏହାକୁ ନେଇ ସୁପ୍ରିମକୋର୍ଟ ଜଜମେଣ୍ଟ ମଧ୍ୟ ରହିଛି । ବିଚାରପତି ଯୋଗିନ୍ଦର କୁମାରଙ୍କ ଜଜମେଣ୍ଟ ହେଉ କିମ୍ବା ଡିକେ ବାସୁଙ୍କ ଜଜମେଣ୍ଟ୍ ରେ ସ୍ପଷ୍ଟ କହିଛନ୍ତି କି ଯେ କୌଣସି ବ୍ୟକ୍ତିଙ୍କୁ ଗିରଫ କରୁଛନ୍ତି ତାହାର କଣ ଆଧାର ରହିଛି,ତାର ପ୍ରମାଣ । ନଚେତ ତାହା ସମ୍ବିଧାନର ଧାରା ୨୧ ଓ ୨୨ର ଖୋଲାଖୋଲି ଉଲଂଘନ ବୋଲି ଧରିନିଆ ଯିବ । ଯେଉଁଥିରେ ପୋଲିସ କି ଏସପି କିଛି ସୁଣିବା ବୁଝିବା ମୋଡରେ ନାହିଁ ଏବଂ ଆପଣ କିଛି ସୁଫଳ ପାଇବାର ଅନୁଭବ କରୁନାହାନ୍ତି । ତାହେଲେ ସେ ପରିପ୍ରେକ୍ଷିରେ ଆପଣ ହାଇକୋର୍ଟର ଦ୍ବାରସ୍ତ ହୁଅନ୍ତୁ । CrPC 482 ଅନୁଯାଇ ହାଇକୋର୍ଟଙ୍କ ଅଖଣ୍ଡ କ୍ଷମତା ରହିଛି, FIRକୁ ରଦ୍ଦ କରିପାରନ୍ତି କିମ୍ବା ପୋଲିସକୁ ନିର୍ଦ୍ଦେଶ ଦେଇପାରନ୍ତି କି ଏଇ ବ୍ୟକ୍ତିକୁ ଗିରଫ ନକରି ପୋଲିସ ନିରପେକ୍ଷ ତଦନ୍ତୁ କରୁ । ତେଣୁ ସେ ରେପ୍ କେସ ହେଉ କିମ୍ବା ମିଛ ଏସ୍.ସି/ଏସ୍.ଟି ମାମଲା ହେଉ ସବୁ ମିଛ ମାମଲାରେ ଆପଣ ଏଭଳି ପଦକ୍ଷେପ ନେଇ ଗିରଫରୁ ବର୍ତିପାରିବେ ।