ଯଦି କୌଣସି ବ୍ୟକ୍ତି ଜାଲ କାଗଜ ପତ୍ର ବଦଳରେ ଠକାନ୍ତି ତେବେ ତାଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜୋରିମାନା ଦଣ୍ଡରେ ଦଣ୍ଡିତ ହେବାକୁ ପଡିବ । ଜାଲ କରିବା ଉଦ୍ଦେଶ୍ୟରେ ଯଦି କୌଣସି ବ୍ୟକ୍ତି ନକଲି ଛାଞ୍ଚ ପ୍ରସ୍ତୁତ କରନ୍ତି କିମ୍ବା ନିଜ ଅଧୀନରେ ରଖନ୍ତି ଏବଂ ସେ ଜାଣିଥାନ୍ତି ଯେ ଏହା ନକଲି ଏବଂ ଏହାକୁ ଚଞ୍ଚକତା(Fraud) ଉଦ୍ଦେଶ୍ୟରେ ବ୍ୟବହାର କରନ୍ତି ତେବେ ସଂପୃକ୍ତ ବ୍ୟକ୍ତିଙ୍କୁ ୭ ବର୍ଷ ଜେଲ ଏବଂ ଜୋରିମାନା ଦେବାକୁ ଦାୟୀ ରହିବେ । (see 468 IPC ) ଯଦି କୌଣସି ବ୍ୟକ୍ତି ଅସାଧୁ ଉପାୟରେ କିମ୍ବା ଚଞ୍ଚକତା ଉପାୟରେ କୌଣସି ନଥିକୁ ନଷ୍ଟକରନ୍ତି , କ୍ଷତି କରନ୍ତି କିମ୍ବା ବିକୃତାକାର କରନ୍ତି କିମ୍ବା ରଦ୍ଦ କରନ୍ତି କିମ୍ବା କୌଣସି ଇଚ୍ଛାପତ୍ର କିମ୍ବା କୌଣସି ପୋଷ୍ୟପୁତ୍ର କାଗଜପତ୍ରକୁ ଗୁପ୍ତଭାବରେ ରଖନ୍ତି କିମ୍ବା କୌଣସି ମୁଲ୍ୟବାନ ଅମାନତକୁ ନଷ୍ଟକରିଦିଅନ୍ତି ତେବେ ସଂପୃକ୍ତ ବ୍ୟକ୍ତିକୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ଜୋରିମାନା ଦେବାକୁ ପଡିବ । ଜାଲ କାଗଜପତ୍ର ସଂପାଦନା କରିବା କିମ୍ବା ଏହାକୁ ଠକିବା ଉଦ୍ଦେଶ୍ୟରେ ବ୍ୟବହାର କରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଜେଲ ଏବଂ ଜୋରିମାନାର ବ୍ୟବସ୍ଥାରହିଛି । ଏହି ପ୍ରକାର ଅପରାଧ ନ କରିବାପାଇଁ ଜନସାଧାରଣ ସଚେତନ ହେବା ଆବଶ୍ୟକ ।

