TOP NEWS

6/recent/ticker-posts

ପୋଲିସର ଚଢାଉ ଦେଖି ବଢୁଛି ଗଞ୍ଜେଇ ମାଫିଆଙ୍କ ଟେନସନ୍


ବୌଦ୍ଧ,୧୮।୭: ପୋଲିସର ଚଢାଉ ଦେଖି ବଢୁଛି ଗଞ୍ଜେଇ ମାଫିଆଙ୍କ ଟେନସନ୍ । ବୌଦ୍ଧ ଜିଲ୍ଲାରେ ନୂତର ଆରକ୍ଷୀ ଅଧିକ୍ଷକ ଭାବରେ କାର୍ଯ୍ୟରେ ଯୋଗଦେଇଛନ୍ତି ଜ୍ଞାନ ରଞ୍ଜନ ମହାନ୍ତି । ଯୋଗଦାନ କରିବା ପରେ ହିଁ ଗଞ୍ଜେଇ ମାଫିଆଙ୍କ ପରେ ପଡିଥିବା ଭଳି ମନେହେଛି ।  ଏଇ ଗତ ୪/୫ଦିନ ମଧ୍ୟରେ ଜିଲ୍ଲାର ସବୁ ଥାନା ଏକ୍ଟିଭ । ଏସପିଙ୍କ ଯୋଗଦାନର ଠିକ୍ ୩ଦିନ ପୂର୍ବରୁ ବୌଦ୍ଧ ଜିଲ୍ଲାର ସୀମା ଉମା ଜଙ୍ଗଲରେ କନ୍ଧମାଳ ଜିଲ୍ଲାର ସୁରକ୍ଷାକର୍ମୀ-ମାଓଙ୍କ ମଧ୍ୟରେ ଗୁଳିବିନିମୟ ହୋଇ ୨ଯବାନ ଗୁରୁତର ହୋଇଥିଲେ । ଏସ୍.ପି ଯୋଗ ଦେବା ଦିନ ଠାରୁ ନିତିଦିନି କୌଣସି ନା କୌଣସି ଥାନାରେ ଗଞ୍ଜେଇ ଜବତ୍ ହେଉଥିବା ଖବର ସାମ୍ନାକୁ ଆସୁଛି । ବୌଦ୍ଧ ଓ କଣ୍ଟାମାଳ ପୋଲିସ ଗତକାଲି ଗଞ୍ଜେଇ ଧରିବାରେ ସଫଳ ହୋଇଥିବା ବେଳେ ବାଉଁଶୁଣୀ ପୋଲିସ ଲଗାତାର ୨ଦିନ ଧରି ଗଞ୍ଜେଇ ଚାଲାଣ କରୁଥିବା ମାଫିଆଙ୍କୁ ଧରିବାରେ ସଫଳ ହୋଇଛି । ଏଭଳି ନିତିଦିନ ଚାଲିଲେ ମାଫିଆଙ୍କୁ ଲଗାମ୍ ଲଗାଯାଇ ପାରିବା ସହିତ ମାଫିଆଙ୍କ ଭିତରେ ଭୟ ଜାତ ହେବ ଏବଂ ଚାଲାଣ କମିବାର ସମ୍ଭାବନା ଦେଖାଦେବ ବୋଲି ଆଲୋଚନା ହେଉଛି । ତେଣୁ ମାଫିଆ ମୁକ୍ତ କରିବା ଦିଗରେ ଏସ୍.ପି କାର୍ଯ୍ୟ କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି ।