ଭୁବନେଶ୍ବର,୧୯।୭: ଭାରତର ସବୁଠାରୁ ବିଶ୍ବସନୀୟ ଏବଂ ପରିଚିତ ବ୍ୟାଙ୍କ ହେଉଛି ଷ୍ଟେଟ ବ୍ୟାଙ୍କଅଫ୍ ଇଣ୍ଡିଆ । କିନ୍ତୁ ବ୍ୟାଙ୍କ ସେବା ମଧ୍ୟ କାହିଁନା କାହିଁ ଦାଦାଗିରି ଭଲି ମନେ କରନ୍ତି ଏସ୍.ବିଆଇ ଗ୍ରାହକ । ବ୍ଲକ୍ ଅଫିସ, ତହସିଲ ଅଫିସ ଭଳି ବିଭିନ୍ନ କାର୍ଯ୍ୟାଳୟ ମାନଙ୍କରେ ଦଲାଲ ରହିଥିବା ଖବର ଶୁଣୁଥିଲେ । କିନ୍ତୁ ଏବେ ଷ୍ଟେଷ୍ଟ ବ୍ୟାଙ୍କ ମାନଙ୍କରେ ମଧ୍ୟ ଓଡିଶାରେ ଦଲାଲରାଜ ଚାଲିଥିବା ଅଭିଯୋଗ ହେଉଁଛି । ପ୍ରାୟତ ରାଜ୍ୟର ଅନେକ ଜିଲ୍ଲା ମାନଙ୍କରେ ଥିବା ଗ୍ରାମାଞ୍ଚଳ ଏସ.ବି.ଆଇ ଶାଖା ମାନଙ୍କରେ ଗ୍ରାହକ ମାନଙ୍କୁ ଶୋଷଣର ଶିକାର ହେବାକୁ ପଡୁଥିବା ବେଳେ ଏସ୍.ବିଆଇ ବିଏମ୍ ମାନଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସୀ ସୁଫଳ ମିଳୁନାହିଁ ବରଂ ଅଭିଯୋଗ କାରୀ ମାନଙ୍କୁ ଦଲାଲ ମାନଙ୍କ ଜରିଆରେ ଧମକ୍ ମିଳୁଥିବା ଅଭିଯୋଗ ହେଉଛି । ତେବେ କ୍ୟାମ୍ପସ ପରିସରରେ ଦଲାଲ ମାନେ ବେଧଡକ୍ ଆଡ୍ଡା ଜମେଇ ମହିଳା ଗୃପ୍ ତଥା କୌଣସି ଲେଖି ପଢି ଜାଣୁଣ ଥିବା ଲୋକ ସବୁବେଳେ ଶୋଷଣର ଶିକାର ହେଉଛନ୍ତି । କେବଳ ସେତିକି ନୁହଁ ସେମାନଙ୍କ ଜରିଆରେ ଗଲେ ବ୍ୟାଙ୍କ ଊଣ ମଧ୍ୟ ଶିଘ୍ର ହେଇଯାଉଥିବା ଆଲୋଚନା ହେଉଛି । ତେବେ ଦେଶର ଏକ ବିଶ୍ବସନୀୟ ବ୍ୟାଙ୍କ ଶାଖା ମାନଙ୍କରେ ଦଲାଲ୍ ରାଜ୍ ଚାଲୁଥିବା ବେଳେ ଉଚ୍ଛସ୍ତରୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାହକମାନଙ୍କ ମହଲରୁ ଦାବି ହେଉଛି I

