TOP NEWS

6/recent/ticker-posts

ପଞ୍ଚାୟତ ନିର୍ବାଚନ ପୂର୍ବରୁ ରାଜ୍ୟକୁ ଫେରିଲା କେନ୍ଦ୍ର ଅବହେଳା ପ୍ରସଙ୍ଗ!


ଭୁବନେଶ୍ବର/କଳାହାଣ୍ଡି,୨୦।୭: ଦୀର୍ଘ ୨ବର୍ଷ ପରେ ରାଜ୍ୟକୁ ଫେରିଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । କହିପାରନ୍ତି ଏହା ବିଜେଡିର ନିର୍ବାଚନ ପାରି ହେବାର ଯୋଜନା । ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିର ଚର୍ଚିତ ଯୋଜନା ମଧ୍ୟରୁ 'ପିଠା' ଏବଂ କେନ୍ଦ୍ର ଅବହେଳା ଦଳକୁ ବେସ ଆଗକୁ ନେଇଛି । ପିଠା ଯୋଜନା ହଜିଯାଇଥିବା ବେଳେ ହଠାତ ପୁଣି ଫେରିଛି ଅବହେଳା ପ୍ରସଙ୍ଗ ।  କେନ୍ଦ୍ର ସରକାରଙ୍କ ଚାଷୀ ମାରଣନୀତି ବିରୁଦ୍ଧରେ ରାଜ୍ୟସାରା FCI ଗୋଦାମ ଘର ସମ୍ମୁଖରେ ଆନ୍ଦୋଳନ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି ।ଗତ ୨ଦିନ ପୂର୍ବରୁ ବିଜେଡି ମହିଳା ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ବିଜେଡି ସାଧାରଣ ସଂପାଦିକା ଶ୍ରୀମୟୀ ମିଶ୍ର ଏସଂପର୍କରେ ପୂର୍ବରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇସାରିଛନ୍ତି । ସେ ଅଭିଯୋଗ ଆଣିଥିଲେ କି,୨୦୨୦-୨୧ ଖରିଫ ବର୍ଷରେ ଧାନ ସଂଗ୍ରହରେ ବାକି ରହିଥିବା ୬୫୭୦ କୋଟି ଟଙ୍କା ଓ ୭ଲକ୍ଷ ମେଟ୍ରିନ ଟନ୍ ବଳକା ଚାଉଳ ତୁରନ୍ତ ଏଫସିଆଇ ନେବାକୁ ଦାବି କରିଥିଲେ । ଏହାକୁ ନେଇ କେସିଙ୍ଗା FCI ଗୋଦାମ ସମ୍ମୁଖରେ କଳାହାଣ୍ଡି ବିଜୁ ଜନତା ଦଳ ତରଫରୁ ଗଣଧାରଣା ଦିଆଯାଇଛି । କେନ୍ଦ୍ର ସରକାର ଚାଷୀଙ୍କ ବକେୟା ସବସିଡି ପଇସା ନଦେବା, ଧାନର ସର୍ବନିମ୍ନ ସହାୟକ ମୁଲ୍ୟ ୨୯୩୦ ନକରିବା ଓ FCI ଚାଉଳ ଉଠାଣରେ ଚରମ ଅବେହେଳା କରୁଥିବାରୁ କଳାହାଣ୍ଡି ଜିଲ୍ଲା ବିଜେଡି ତରଫରୁ ନିନ୍ଦା କରାଯାଇଛି । ତେବେ ନିର୍ବାଚନ ପାଖେଇ ଆସୁଥିବାରୁ ଏବେ କେନ୍ଦ୍ର ଅବହେଳା ପ୍ରସଙ୍ଗ ବିଜେଡିର ମୁଖ୍ୟ ମୁଦ୍ଦା ହୋଇଥିବା ସାଧାରଣରେ ଆଲୋଚନା ହେଉଛି । ତେବେ ଆଗକୁ ହେବାକୁ ଥିବା ପଞ୍ଚାୟତ ନିର୍ବାଚନରେ ବିଜେଡି ପାଇଁ ଏହି କେନ୍ଦ୍ର ଅବହେଳା ଯୋଜନା କେତେ ସଫଳ କରୁଛି ତାହା ସମୟ ଆସିଲେ ଜଣାପଡିବ ।