ଭୁବନେଶ୍ବର,୨୩।୭: ବର୍ଷା ଦିନରେ ବେହାଲ ହେଉଛି ରାଜଧାନୀ । ଇସ୍କନ ମନ୍ଦିର ପାଖ, ନୂଆପଲ୍ଲି, ବମିଖାଲ, ଜନପଥ, ବାପୁଜୀନଗର, ବିଜେପି ନଗର ପ୍ରଭୃତି ଅଞ୍ଚଳରେ ବର୍ଷା ହେଲେ ଚାରିଆଡେ ଜଳମଗ୍ନ । ସ୍ମର୍ଟସିଟିର ଏହି ସ୍ମର୍ଟ ବ୍ୟବସ୍ତାକୁ ଦେଖି ସୋସିଆଲ ମିଡିଆରେ ବିଏମସି ଓ ସରକାରଙ୍କୁ କଡା ସମାଲୋଚନା କରାଯାଉଛି । ତେବେ ଆଜି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏକ ବଡ ଡଙ୍ଗା ମାଷ୍ଟର କ୍ୟାଣ୍ଟିନ୍ ଛକରେ ରଖି ସରକାରଙ୍କୁ ସମାଲୋଚନା କରିବା ସହ "ମୋ ଡଙ୍ଗା ଯୋଜନା" କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ରାସ୍ତା ଘାଟର ମରାମତି ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ ବିଜେଡି ସରକାରଙ୍କ ବାଟମାରଣ ନୀତି ଯୋଗୁଁ ଆଜି ରାଜଧାନୀର ଏଭଳି ଅବସ୍ଥା ବୋଲି କହିଛନ୍ତି ସୁର । ବର୍ଷାରେ ପ୍ରାୟ ସବୁ ଓ୍ବାର୍ଡର ଅବସ୍ଥା ସମାନ୍ । ତେଣୁ ଏହାର ନିରାକରଣ ପାଇଁ ସରକାର ଡଙ୍ଗା ବ୍ୟବସ୍ଥା କରିବାକୁ ସେ ନବୀନଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏଥିରେ ଭୁବନେଶ୍ବର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ବଜିତ୍ ଦାଶ, ଦୀପକ କୁମାର,ଲିଙ୍ଗରାଜ ସାହୁ, କୁନା ମୁଦୁଲି, ସୌମେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ । ନବୀନଙ୍କୁ ସୁରଙ୍କ ପ୍ରସ୍ତାବ ରାଜଧାନୀରେ ମୋ ଡଙ୍ଗା ଯୋଜନା କାର୍ୟ୍ୟକାରୀ କରନ୍ତୁ

