ସୁବର୍ଣ୍ଣପୁର,୨୭।୭: ମୁଁ ଭିଜିଲାନ୍ସ ଅଧିକାରୀ, ଆଉ କାହାକୁ ମୁଁ ସିବିଆଇ ଏଭଳି ନା ନେଇ ବିଭିନ୍ନ ଅଫିସ ମାନଙ୍କରୁ ଟଙ୍କା ଅସୁଲି କରିଥିବା ପ୍ରଫେସନାଲ୍ ଠକକୁ ଧରିଛି ସୋନପୁର ପୋଲିସ । ଜିଲ୍ଲା ଚିକିତ୍ସା ଅଧିକାରୀ ଏଭଳି ଠକାମିର ଶିକାର ହୋଇଥିବା ଖବର ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ମିଳିଥିବା ଖବର ଅନୁସାରେ ଜିଲ୍ଲା ଚିକିତ୍ସା ଅଧିକାରୀ ଦିଲ୍ଲୀପ କୁମାର ପଣ୍ଡାଙ୍କୁ ବିରାମହାରାଜପୁର ଥାନା ମେଣ୍ଡାମାଲ ଗାଁର ଗଣେଷ ପ୍ରସାଦ ନନ୍ଦ ନାମକ ଜଣେ ଯୁବକ ଭିଜିଲାନ୍ସ ଅଧିକାରୀ କହି ଟଙ୍କା ଧାର ମାଗିଥଲେ । ତାଙ୍କ କଥାରେ ପଡି ଜିଲ୍ଲା ଚିକିତ୍ସା ଅଧିକାରୀ ୧ ଲକ୍ଷ ୭୦ ହଜାର ବିଭିନ୍ନ ସମୟରେ ଦେଇଥିଲେ । କିନ୍ତୁ ଜିଲ୍ଲା ଚିକିତ୍ସା ଅଧିକାରୀ ସେ ମିଛ ଭିଜିଲାନ୍ସ ଅଧିକାରୀ ଜାଣିବା ପରେ ସୋନପୁର ଟାଉନ ଥାନାରେ ସଂପୁକ୍ତ ଯୁବକଙ୍କ ନା ରେ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି । ତେବେ ସୋନପୁର ପୋଲିସ ସଂପୁକ୍ତ ଯୁବକକୁ ଥାନାରେ ଅଟକ ରଖି ତଦନ୍ତ କରିଛି । ଏହାରି ଭିତରେ ୧ଲକ୍ଷ ୪୦ ହଜାର ଟଙ୍କା ସି ଡି ଏମ ଓ ଫେରସ୍ତ କରିଛି । ତେବେ ତଦନ୍ତ ଚାଲିଥିବା ବେଳେ ଏନେଇ ସୋନପୁର ଥାନା ରେ 196/21 ରେ ଏକ ମାମଲା ରୁଜ୍ଜୁ ହୋଇଥିବା ଜଣାପଡିଛି । ଏ ଯୁବକ ଜଣକ ପୂର୍ବରୁ ବୌଦ୍ଧ ଜିଲ୍ଲାରେ ମଧ୍ୟ ବ୍ୟକ୍ତିଗତ କର୍ଯ୍ୟ ହାସଲ ପାଇଁ ଏଭଳି ସିବିଆଇ ଓ ଭିଜିଲାନ୍ସର ନାଟକ କରିଥିବା ସୂଚନା ରହିଛି ।

