TOP NEWS

6/recent/ticker-posts

ନବୀନଙ୍କ ବଡ ଘୋଷଣା, ପଡାବାସୀ ଖୁସ

ଭୁବନେଶ୍ବର,୨୮।୭: ରାଜ୍ୟରେ ଥିବା ୪ହଜାର ରୁ ଅଧିକ ପଡାକୁ ନୂଆ ରାଜସ୍ବ ଗ୍ରାମର ମାନ୍ୟତା ମିଳିବ । ଏନେଇ ନୂଆ ନିୟମାବଳୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ତେବେ ପୂର୍ବରୁ ଅନେକ ପଡା ବା ସାହି ମାନଙ୍କରୁ ରାଜସ୍ବ ଗ୍ରାମର ମାନ୍ୟତା ଦାବି ନେଇ ସରକାରଙ୍କ ପାଖକୁ ଅନେକ ପତ୍ର ଯାଇଛି । ତେବେ ଦିର୍ଘ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନେଇଥିବା ନିଷ୍ପତ୍ତି ସ୍ବାଗତ ଯୋଗ୍ୟ । ମିଳିଥିବା ସୂଚନା ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏ ନେଇ ରାଜସ୍ବ ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ପତ୍ର ଲେଖିଥିବା ଜଣାପଡିଛି । ରାଜସ୍ବ ଗାଁ ଠାରୁ ୫୦୦ମିଟରରୁ ଅଧିକ ଦୂରରେ ଥିବା ପଡାକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳିବ । କେବଳ ସେତିକି ନୁହେଁ ପଡାର ଲୋକ ସଂଖ୍ୟା ୨୫୦ରୁ ଅଧିକ ଥିବା ଆବଶ୍ୟକ । ଏନେଇ ତୁରନ୍ତ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି ।