
ଭୁବନେଶ୍ବର: କିଛି ଭୂଲ ନକରି ମାଡଖାଇଲେ । ସେମାନଙ୍କର ଅପରାଧ ଏୟା କି ସେମାନେ ମନ୍ତ୍ରୀଙ୍କ ଗାଡି ପଛେ ପଛେ ଆସୁଥିଲେ ! ସେଥିରେ କିଛି ଜାଞ୍ଚ୍ ନକରି ହଠାତ୍ ପାଇଲଟିଂ ରେ ଯାଉଥିବା ପୋଲିସ ବାବୁମାନେ ମାଡମାରିବାକୁ ନେଇ ସାଧାରଣରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି । ଏଭଳି ପରିସ୍ଥିତିରେ ସେମାନଙ୍କ ପାଖରେ କଣ ରହିଛି ଆଇନ ଗତ ବିକଳ୍ପ । ଏ ଅଧିକାର ସମସ୍ତେ ଜାଣିବା ଦରକାର କାରଣ ଯେତେ ଦିନ ପର୍ଯ୍ୟନ୍ତ ନିଜ ଅଧିକାର ଜାଣିବେ ନାହିଁ ଏଭଳି ଜୁଲୁମ୍ ର ଶିକାର ହେଉଥିବେ । ତେବେ ଆସନ୍ତୁ ଜାଣିବା କଣ ରହିଛି ବିକଳ୍ପ ମାଡଖାଇଥିବା ୪ ଯୁବକଙ୍କ ପାଖରେ । ପ୍ରଥମତଃ ମେଡିକାଲ ରିପୋର୍ଟ କରିଦେବା ସହ ଲହୁଲୁହାଣ ହୋଇଥିବା ୪ଯୁବକଙ୍କ ଫଟୋ କପି କରିନେବା ଉଚିତ୍ । ତାପରେ ୪ଜଣ ଯୁବକଙ୍କୁ ମାଡମାରିଥିବା ପୋଲିସ କର୍ମୀଙ୍କ ବିରୋଧରେ ପ୍ରଥମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଠାରେ ମାଡମାରୁଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରନ୍ତୁ । କୌଣସି ସୁଫଳ ନମିଳିଲେ କୋର୍ଟରେ ଏକ କେସ ଫାଇଲ୍ କରନ୍ତୁ । ଏବଂ ଜାତୀୟ ମାନବାଧିକାର କମିସନରଙ୍କ ପାଖରେ ଅଭିଯୋଗ ଦାଖଲ କରନ୍ତୁ ପ୍ରମାଣ ସହ । ତାପରେ ଯଦି ସମ୍ଭବ ହୁଏ ତାହେଲେ ଘଟଣା ଦିନର ସିସିଟିଭି ଫୁଟେଜ୍ ଆରଟିଆଇ ଜରିଆରେ ଥାନାରୁ ମଗାନ୍ତୁ । ତାପରେ ଦେଖିବେ କଣ ହେଉଛି ସେମାନଙ୍କ ବିରୋଧରେ । ଆଇନ ଅନୁସାରେ ସେମାନଙ୍କୁ ଜେଲ ଦଣ୍ଡ ମିଳିପାରେ କିମ୍ବା ଜେଲ ସହ ଅର୍ଥ ଦଣ୍ଡରେ ଦଣ୍ତିତ ହେବାର ପ୍ରବଧାନ ରହିଛି । ତାପରେ ଦେଖିବେ ଆପଣଙ୍କୁ ନିଶ୍ଚୟ ନ୍ୟାୟ ମିଳିବ । ସୂଚନା ଥାଉ କି, ଗତ ୨୮ତାରିଖ ରାତିରେ ବୌଦ୍ଧ ଜିଲ୍ଲା ଚାରିଛକରୁ ଏକ କାରରେ ୪ ଜଣ ଯୁବକ ନିଜ ଘର ବଲାଙ୍ଗିରକୁ ଫେରୁଥିବା ବେଳେ ତାଙ୍କ ଆଗରେ ଯାଉଥିଲେ ମନ୍ତ୍ରୀଶ୍ରୀ ପଦ୍ମନାଭ ବେହେରା । ଚାରିଛକରୁ ମନମୁଣ୍ଡା ପର୍ଯ୍ୟନ୍ତ ଦୀର୍ଘ ୮୦ କିମି ଦୂର ମନ୍ତ୍ରୀଙ୍କ ଗାଡି ପଛରେ ଯୁବକଙ୍କ କାର୍ ଆସୁଥିବାରୁ ପାଇଲଟିଙ୍ଗ ଗାଡ଼ିରେ ଥିବା ପୁଲିସ ସନ୍ଦେହରେ ମାଡ ମାରି ମନମୁଣ୍ଡା ପୋଲିସର ଜିମାଦେଇଥିଲେ । ପରେ ଛାଡିଦେଇଥିଲା ପୋଲିସ ।