ଭୁବନେଶ୍ବର: ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ହେଲେ ଫକୀର ମୋହନ ବିଶ୍ବ ବିଦ୍ୟାଳୟର ନୂତନ କୂଳପତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଆଜି ତାଙ୍କୁ ୪ବର୍ଷ ପାଇଁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ପ୍ରଫେସର ଶ୍ରୀ ତ୍ରିପାଠୀ ଉତ୍କଳ ବିଶ୍ବ ବିଦ୍ୟାଳୟର ଆଇଆର ବିଭାଗରେ ପ୍ରଫେସର ଭାବରେ କାର୍ଯ୍ୟ କରୁଥିଲେ ।

