TOP NEWS

6/recent/ticker-posts

ଓଭର ବ୍ରିଜ୍ ଉପରେ ଡିଲ୍,ମାଡିବସିଲା ଏସଟିଏଫ୍!


ଭୁବନେଶ୍ବର,୩୦।୭: କ୍ରାଇମବ୍ରାଞ୍ଚର ଏସଟିଏଫ୍ ଟିମ୍ କୁ ମିଳିଛି ବଡ ସଫଳତା । ଡିଲ୍ କରୁଥିବା ସମୟରେ ମାଡିବସିଲା ଏସଟିଏଫ୍ ।  ପିପିଲି ନିମାପଡା ଓଭର ବ୍ରିଜ୍ ଉପରେ ଡିଲ୍ ଚାଲିଥିବା ଖବର ପାଇ ଏସଟିଏଫ୍ ଟିମ୍ ଚଢାଉ କରି ବ୍ରାଉନସୁଗର ସହ ଡିଲର ଧରିଛି । ଜବତ ୧କେଜି ୪୮ଗ୍ରାମ ବ୍ରାଉନସୁଗର ମୁଲ୍ୟ ପ୍ରାୟ ୧କୋଟି ହେବ ବୋଲି କୁହାଯାଉଛି । ଏ ଘଟଣାରେ ଏସଟିଏଫ୍ ଅଧିକ ତଦନ୍ତ ଜାରିରଖିଛି । ସୂଚନା ଥାଉ କି ଗତ ୧୯ତାରିଖରେ ମଧ୍ୟ ବ୍ରାଉନସୁଗର ଜବତ କରିଥିଲା ଏସଟିଏଫ୍ ।