ବୌଦ୍ଧ,୮।୭: ଅଧପନ୍ତରିଆ ରାସ୍ତାକାମ କରି NH ବିଭାଗ ଖୁସ୍ ଠିକା ସଂସ୍ଥାବି ଖୁସ୍ । ହେଲେ ସେହି ରାସ୍ତା ପାଲଟିଛି ଲୋକଙ୍କ ପାଇଁ ମରଣ ଯନ୍ତା । ୫୭ ନଂ ଜାତୀୟ ରାଜପଥର ଗୁଦୁଗୁଦା ନୂଆ ବ୍ରିଜ୍ ରେ ଦେଖିବାକୁ ମିଳିଛି କିଛି ଘଟଣା । ଠିକା ସଂସ୍ଥାର ଖାମଖିାଆଲି ନୀତି ଯୋଗୁଁ ରାସ୍ତା ସଂପୂର୍ଣ୍ଣ ନକରି ଲୋକଙ୍କୁ ଚଳପ୍ରଚଳ କରିବାକୁ ଛାଡିଦିଆଗଲା । ହେଲେ ବ୍ରିଜ୍ ସଂଯୋଗ କାର୍ଯରେ ନିମ୍ନମାନ ଓ ବେପରୁଆ କାର୍ଯ୍ୟ ଯୋଗୁଁ ଆଜି ଏକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ମାଟିଧସି ରାସ୍ତା ରେ ବିରାଟ ଗର୍ତ ଦେଖାଦେଇଥିବାରୁ ସେ ବାଟଦେଇ ଯାଉଥିବା ଲୋକ ଦୁର୍ଘଟଣାର ଶିକାର ହୋଇଥିବା କୁହାଯାଉଛି । ଶୌଭାଗ୍ୟ ବଶତଃ କେହିକିଛି ହୋଇନାହାନ୍ତି । ଘଟଣା ଘଟିବାର ଦିର୍ଘ ସମୟ ପରେ ମଧ୍ୟ ମନମୁଣ୍ଡା ପୋଲିସ ପହଞ୍ଚିଥିବା ବେଳେ ଏନ୍ଏଚ ବିଭାଗ କିମ୍ବା ଠିକା ସଂସ୍ଥାର ଦେଖା ମିଳିନଥିବାରୁ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।

