TOP NEWS

6/recent/ticker-posts

ACF ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆକ୍ସନ ମୋଡ୍‌ରେ କ୍ରାଇମବ୍ରାଞ୍ଚ


ଗଜପତି: ACF ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆକ୍ସନ ମୋଡ୍‌ରେ କ୍ରାଇମବ୍ରାଞ୍ଚ। ୬ଜଣଙ୍କୁ ଘନ ଘନ ଜେରା କରିଛି ଟିମ୍‌। ରୋଷେୟା ମନ୍ମଥ କୁମ୍ବ, ଦୁଇ ACF କେଭି ଭାଷ୍କର ରାଓ ଓ ଗୌରୀ ରଥ, ୨ଜଣ ୱାଚ୍‌ମ୍ୟାନ୍‌ ଓ ଜଣେ ଗାର୍ଡଙ୍କୁ କ୍ରାଇମ୍‌ବ୍ରାଞ୍ଚ ଜେରା କରୁଛି । ମୂଳରୁ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। କେମିତି ସୌମ୍ୟଙ୍କ ଦେହରେ ନିଆଁ ଲାଗିଲା ସେନେଇ ରହସ୍ୟ ଭେଦିବ ୪ ଜଣିଆ ଟିମ୍‌ । ଅନ୍ୟପଟେ ବିଦ୍ୟାଭାରତୀଙ୍କୁ ବି ଜେରା କରିପାରିବ ଟିମ୍‌ ବୋଲି ଜଣାପଡିଛି । ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କ ପାଳି ପଡିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି। ସୌମ୍ୟଙ୍କ ପରିବାରକୁ ମଧ୍ୟ ଭେଟିପାରେ କ୍ରାଇମବ୍ରାଞ୍ଚ। ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଥିଲା ନା ଆତ୍ମହତ୍ୟା ? ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସରେ ୪ ଘଣ୍ଟା ସରଜମିନ ଖୋଳତାଡ କରିଛି ତଦନ୍ତକାରୀ ଟିମ୍‌ । ହେଲେ ମାସେ ପରେ ବି ଡେଥ୍‌ ସସପେନ୍ସ ଉପରୁ ପରଦା ହଟି ନାହିଁ !