ବୌଦ୍ଧ,୧।୮: କଂଗ୍ରେସରେ ଫାଟ ! ବୌଦ୍ଧ କଂଗ୍ରେସ ଦଳରେ ଦେଖା ଦେଇଛି ବିବାଦ । ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ର ଗତ ବୁଧୁବାର ବୌଦ୍ଧ ବ୍ଲକ କଂଗ୍ରେସ କମିଟି ଗଠନ କରିବାର ଦିନକ ପରେ ଦଳରୁ ନବନିଯୁକ୍ତ ସଂପାଦକ ସଞ୍ଜିବ ନାୟକ ପଦବିରୁ ଇସ୍ତଫା ଦେଇଥିବା ସୋସିଆଲ ମିଡିଆରେ ସୂଚନା ଦେଲେ । ପରବର୍ତି ସମୟରେ ପୁଣି ଦଳ ସ୍ପଷ୍ଟ କଲା କି ଇଏ ସେହି ସଂଜିବ ନାୟକ ନୁହଁ ଆଉ ଜଣେ ସେ ହେଉଛନ୍ତି ତେତେଲେଙ୍ଗାର । କେବଳ ସେତିକି ନୁହଁ କିଛିଦିନ ପୂର୍ବରୁ ଯୁବ କୃଷକ ନେତା ରଘୁନାଥ ପଲିଆ ମଧ୍ୟ ଜିଲ୍ଲା କଂଗ୍ରେସର କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ପରିବର୍ତନର ନାରା ଦେଇ ସୋସିଆଲ ମିଡିଆରେ ନିଜ ମତ ସେୟାର କରିଥିଲେ । ଏଥିରୁ ସ୍ପଷ୍ଟ ବୋଲି କୁହାଯାଇ ପାରିବ କି, ଏବେ ବି କଂଗ୍ରେସ ଦଳରେ ସେ ପୁରୁଣା ରୋଗ(ଗୋଷ୍ଠି ବିବାଦ) ରହିଛି । ସାମ୍ନାରେ ଶାସକ ଦଳର ପୁଳାପୁଳା ଦୁର୍ନୀତି ରହିଥିବା ବେଳେ ବିରୋଧି କଂଗ୍ରେସ ଦଳ ଭିତରେ ରହିଥିବା ଅସନ୍ତୋଷ ଶାସକ ଦଳକୁ ବେସ ସୁହାଇବ ବୋଲି ରାଜନୈତିକ ସମୀକ୍ଷକ ମତ ପ୍ରକାଶ କରନ୍ତି । ତେବେ ଏଭଳି ମନମାଳିନ, ମତଭେଦକୁ କଂଗ୍ରେସ ଜିଲ୍ଲା ସଭାପତି ନବ କୁମାର ମିଶ୍ର କିପରି ମ୍ୟାନେଜ କରୁଛନ୍ତି ତାହା ସମୟ ଆସିଲେ ଜଣାପଡିବ ।

