TOP NEWS

6/recent/ticker-posts

ଝିଅମାନେ ମହାନଦୀକୁ ଗାଧୋଇବାକୁ ଯାଉଛନ୍ତି କି ? ଯଦି ଯାଉଛନ୍ତି ତାହେଲେ ସାବଧାନ୍ !


ସମ୍ବଲପୁର,୧।୮: ଝିଅମାନେ ମହାନଦୀକୁ ଗାଧୋଇବାକୁ ଯାଉଛନ୍ତି କି ? ଯଦି ଯାଉଛନ୍ତି ତାହେଲେ ସାବଧାନ୍ । ଆମେ ଏଭଳି କଥା କାହିଁକି କହୁଛି । ଟିକିଏ ଅସାବଧାନ ପାଇଁ ଘଟିପାରେ ଅନେକ କିଛି ଘଟଣା । ଆଜି ମହାନଦୀରେ ଗାଧୋଇବା ବେଳେ ଖସିଗଲା ଜଣେ ଯୁବତୀଙ୍କ ଗୋଡ । ଶୌଭାଗ୍ୟ ବସତଃ ସେ ବର୍ତିଯାଇଛନ୍ତି । ସମ୍ବଲପୁରର ସମଲେଇ ଘାଟରେ ଆଜି ଜଣେ ଯୁବତୀ ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଭାରସାମ୍ୟ ହରାଇ ଗୋଡ ଖସି ପଡିବାରୁ ମହାନଦୀ ସ୍ରୋତରେ ଭାସି ଯାଇ ଏକ ବୁଦାରେ ଅଟକି ରହି ସହାୟତା ପାଇଁ ଚିତ୍କାର କରୁଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ଦମକଳ ବାହିନୀ ଓ ପୋଲିସ ପହଞ୍ଚି ଦିର୍ଘ ୨ଘଣ୍ଟାର କସରତ ପରେ ଯୁବତୀଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଅଗ୍ନିସମ ବାହିନୀ । ଯୁବତୀଙ୍କୁ ଉଦ୍ଧାରକରି ମେଡିକାଲରେ ଭର୍ତି କରାଯାଇଥିଲା । ସେ ସୁସ୍ଥ ଥିବା ଜଣାପଡିଛି । ତେଣୁ ସଚେତନ ହୁଅନ୍ତୁ ଏବଂ ସତର୍କ ରୁହନ୍ତୁ ।