TOP NEWS

6/recent/ticker-posts

ନୂଆପଡା ଜିଲ୍ଲାରେ ଭିଜିଲାନ୍ସର ସଫଳତା


ନୂଆପଡା: ଗତ ୭ ତାରିଖରେ ନୂଆପଡା ଜିଲ୍ଲାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କର୍ମାଚାରୀ ଲାଞ୍ଚନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ପୁଣି ୮ତାରିଖରେ ଭିଜିଲାନ୍ସକୁ ଆଉ ଏକ ସଫଳତା ମିଳିଛି । ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ ଧରାପଡିଛନ୍ତି । ନିଜ ଘରକୁ ଯାଉଥିବା ବେଳେ ଭିଜିଲାନ୍ସ ଚଢାଉକରୀ ତାଙ୍କ ସରକାରୀ ଗାଡିରୁ ୨ଲକ୍ଷ୭୭ ହଜାର ଟଙ୍କା ମିଳିବା ପରେ ତାଙ୍କ ଘର ଉପରେ ମଧ୍ୟ ଚଢାଉ କରିଛି । ତେବେ ସବୁଠାରୁ ବଡକଥା ରାଜ୍ୟରେ ଯେତିକି ଭିଜିଲାନ୍ସ ଚଢାଉ ହେଉଛି ସେତିକି ମାମଲା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଯାହା ଚିନ୍ତାଜନକ କଥା।