TOP NEWS

6/recent/ticker-posts

ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ୍,ହୋମଗାର୍ଡ ଗିରଫ


କୋରାପୁଟ,୨୬।୮: ଗଞ୍ଜେଇ ବେପାର କରୁଛି ପୋଲିସ । ତେବେ ଏଭଳି ଏକ ଖବର ସାମ୍ନାକୁ ଆସିଛି କୋରାପୁଟ ଜିଲ୍ଲା ଜୟପୁର ରୁ । ମିଳିଥିବା ଖବର ଅନୁସାରେ ଗଞ୍ଜେଇ ଚାଲାଣ ର ଖବର ପାଇ ପୋଲିସ ଚଢାଉ କରି ଅମ୍ବାଗୁଡା ନିକଟରୁ ଏକ ଟ୍ରକ୍ ଜବତ୍ କରିଥିବା ବେଳେ ଅନ୍ୟ ଏକ ଟ୍ରକ୍ ଜୟପୁର ଘାଟି ନିକଟରୁ ଜବତ୍ କରିବାରେ ସଫଳ ହୋଇଛି ପୋଲିସ । ଗୋଟିଏ ଟ୍ରକ୍ ରୁ ୧ଟନ୍ ଗଞ୍ଜେଇ ଜବତ୍ କରିଥିବା ବେଳେ ଆଉ ଏକ ଟ୍ରକ୍ ରୁ ୫କ୍ବିଣ୍ଟାନ ୭୯ କେଜି ଗଞ୍ଜେଇ ଜବତ୍ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ଦେଢ କୋଟି ହେବ ବୋଲି କୁହାଯାଉଛି । ତେବେ ସବୁ ଠାରୁ ବଡ କଥା ହେଉଛି ଏଥିରେ ସଂପୃକ୍ତ ଥିବା ୬ଜଣଙ୍କୁ ଗିରଫ କରିଥିବା ବେଳେ ଗଞ୍ଜେଇ ଚାଲାଣ ଟ୍ରକରେ ଥିବା ଜଣେ ହୋମଗାର୍ଡ ମଧ୍ୟ ଗିରଫ ହୋଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।