TOP NEWS

6/recent/ticker-posts

ସରକାରଙ୍କ ମାଳମାଳ ଗରିବ କଲ୍ୟାଣ ଯୋଜନା କାହା ପାଇଁ?


ବୌଦ୍ଧ,୧୫।୮: ଦେଶ ସ୍ବାଧିନତାର ୭୫ ବର୍ଷ ପରେ ମଧ୍ୟ ଆଜି ଅନେକ ଗ୍ରାମାଞ୍ଚଳର ବିକାଶ ହୋଇପାରି ନାହିଁ । ଗ୍ରାମାଞ୍ଚଳର ବିକାଶରେ ଦେଶର ବିକାଶ କୁହାଯାଉଥିବା ବେଳେ ତାହା କେବଳ କଥାରେ ରହିଯାଇଛି । ଆଜି ଏ ଫଟୋଚିତ୍ର ହିଁ ବୟାନ କରୁଛି ଓଡିଶାର ବିକାଶର ବାସ୍ତବ ଚିତ୍ର । ଏ ଚିତ୍ରଟି ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ଗୁନ୍ଦୁଲିଆ ପଞ୍ଚାୟତ ଆଙ୍କୁନ ଗ୍ରାମର ବାଲ୍ମୀକି ବେହେରାଙ୍କ ଘର । ଚାରିପିଲା ଓ ସ୍ତ୍ରୀ କୁ ନେଇ ବାଲ୍ମୀକୀଙ୍କ ପରିବାର । ଘର କହିଲେ ଅଧା ଆଜବେଷ୍ଟର ଓ ଅଧା ଜରି ପାଲ ଢଙ୍କା ହୋଇଥିବା ଗୋଟିଏ ବଖରା ଘର। ଘର ଭିତରୁ ରାତିରେ ଚନ୍ଦ୍ର, ତାରା ସବୁ ଦୃଶ୍ୟମାନ ହୁଏ । ବର୍ଷା ହେଲେ କଥା ସରିଲା।ଘର ଖଣ୍ଡେ ପାଇଁ ପ୍ରଶାସନକୁ କହି କହି ଥକି ଗଲେଣି ବାଲ୍ମୀକି । ସରକାର ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବାପାଇଁ କହୁଥିବା ବେଳେ ,ବାଲ୍ମୀକି ପାଇଁ ସାତ ସପନ। ସରକାରଙ୍କ ମାଳମାଳ ଗରିବ କଲ୍ୟାଣ ଯୋଜନା କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି । କେବଳ କଥା ନକହି ଏ ସମସ୍ୟାର ସମାଧାନ ଦିଗରେ ବୌଦ୍ଧ ବ୍ଲକ୍ ପ୍ରଶାସନ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।