TOP NEWS

6/recent/ticker-posts

ସାବଧାନ ବେପରୁଆ ଗାଡିଚାଳନା ନେଇପାରେ ଆପଣଙ୍କ ଜୀବନ!


ବାଉଁଶୁଣୀ,: ସାବଧାନ ବେପରୁଆ ଗାଡିଚାଳନା ନେଇପାରେ ଆପଣଙ୍କ ଜୀବନ । କାର୍ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ । ସୋମବାର ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ବାଉଁଶୁଣୀ ଥାନା ଅନ୍ତର୍ଗତ ବଲାକିରା ଛକ ନିକଟରେ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ବଲାକିରା ଗ୍ରାମର ସୁଜିତ ବେହେରା କୌଣସି କାର୍ଯ୍ୟରେ ସୋନପୁର ଯାଇଥିଲେ ସେଠାରୁ କାମସାରି ଘରକୁ ଫେରିବା ବେଳକୁ ଘରକୁ ଯିବା ପାଇଁ ବାଇକ୍ ହଠାତ କାଟିଦେବାରୁ ପଛରେ ଆସୁଥିବା କାର ଗାଡି ବାଇକ୍ କୁ ଧକ୍କା ଦେଇଥିଲା । ଅଗ୍ନିସମ ବାହିନି ଘଟଣା ସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ବାଉଁଶୁଣୀ ମେଡିକାଲରେ ଭର୍ତିକରିଥିଲେ ହେଲେ ସେଠାରେ ତାଙ୍କର ମୃତ୍ଯୁ ହୋଇଥିବା ଜଣାପଡିଛି ।