ସୋନପୁର,୧୭।୮: ସୁବର୍ଣ୍ଣପୁର ଜିଲ୍ଲାର ୫୭ନଂ ଜାତୀୟ ରାଜପଥ ଜୟ ଯବାନ ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଡାଲା ଅଟୋ । ଯାହା ଫଳରେ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ସେ ବୌଦ୍ଧ ଜିଲ୍ଲା କଣ୍ଟିଆପାଲି ଗାଁର ମଣ୍ଟୁ ମିର୍ଦ୍ଧା ବୋଲି ଜଣାପଡିଛି । ଅନ୍ୟପଟେ ଲୁହା ରଡ୍ ତଳେ ଚାପିହୋଇ ରହିଗଲେ ୪ ଜଣ ଶ୍ରମିକ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଓ ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ପୋଲିସ ଅଟୋକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବିତ, । ଡାଲା ଅଟୋରେ ଅଧିକ ଓଜନର ନେଇ ଯାଉଥିବାରୁ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏଥିରେ ଅଟୋରେ ଡ୍ରାଇଭର ସମେତ ମୋଟ୍ ୫ ଜଣ ଥିବାବେଳେ ରରେ ଚାପି ହୋଇ ଜଣଙ୍କର ମୃତ୍ୟୁ ହୋଇଛି ।

