TOP NEWS

6/recent/ticker-posts

ଦେଶରେ ସମ୍ବିଧାନ ଗରିବ ଲୋକଙ୍କ ପାଇଁ ଗୋଟିଏ, ଆଉ ବଡବଡିଆଙ୍କ ପାଇଁ ଆଉ ଗୋଟେ କି ?

ଭୁବନେଶ୍ବର,୨।୮: ପାରଳାଖେମୁଣ୍ଡି ACF ସୌମ୍ୟରଂଜନଙ୍କ ମୃତ୍ୟୁ ଘଟଣା ରହସ୍ୟ ଭିତରେ । ଆଜି ଆମେ ଏକ ବାସ୍ତବତା ଉପରେ ଆଲୋଚନା କରିବା । ଯଦି ନିଆଁ ACF ସୌମ୍ୟଙ୍କ ଦେହରେ ନଲାଗି ସ୍ତ୍ରୀ ବିଦ୍ୟାଭାରତୀଙ୍କ ଦେହରେ ନିଆଁଲାଗି ମୃତ୍ୟୁ ହୋଇଥାନ୍ତା(ଭଗବାନ ନକରନ୍ତୁ କାହା ସହିତ ବି ଏମିତି ନ ଘଟୁ) ତାହେଲେ ସୌମ୍ୟଙ୍କୁ ଏତେ ଦିନ ଯାଏ ପୋଲିସ ଗିରଫ ନକରି ରହିଥାନ୍ତା କି ? ଦ୍ବିତୀୟ କଥା ହେଉଛି । ଯଦି ଏଭଳି ଘଟଣା ଗୋଟିଏ ଗରିବ ପରିବାର ଭିତରେ ହୋଇଥାନ୍ତା । ତାହେଲେ ପୋଲିସ ଯେତେ ଲୋକଙ୍କ ନାରେ ଏଫଆଇଆର୍ ହୋଇଛି । ସେମାନଙ୍କୁ ଗିରଫ ନକରି ପଚରା ଉଚୁରା କରିଥାନ୍ତା କି ? ଏ କ୍ଷେତ୍ରରେ କଦାପି ନୁହଁ । ଏଫଆଇଆରରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଆଗେ ଗିରଫ ତାପରେ ଅଲଗା କଥା । ତାହେଲେ ସମସ୍ତଙ୍କ ମନ ଭିତରେ ପ୍ରଶ୍ନ ଉଠୁଥିବ ACF ସୌମ୍ୟଙ୍କ ମାମଲାରେ ଏଭଳି ବ୍ୟତିକ୍ରମ କାହିଁକି ? ଦେଶରେ ସମ୍ବିଧାନ ଗରିବ ଲୋକଙ୍କ ପାଇଁ ଗୋଟିଏ, ଆଉ ବଡବଡିଆଙ୍କ ପାଇଁ ଆଉ ଗୋଟେ କି ? ଯଦି ନୁହଁ ସୌମ୍ୟଙ୍କ କ୍ଷେତ୍ର ରେ କାହିଁକି ଆଜି ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ନିଆ ଯାଉ ନାହିଁ ? ଏ ଘଟଣାରେ ଅଭିଯୁକ୍ତ ଥିବା  ଡିଏଫଓଙ୍କୁ ନିଲମ୍ବିତ କିମ୍ବା ବଦଳି ନକଲେ ଆସା କାରାଯାଇ ପାରିବ କି  ଏଥିରୁ ରହସ୍ୟ ଉଠିବ ? ତେବେ ଗୋଟିଏ କଥା ସ୍ପଷ୍ଟ ଯେ ଓଡିଶାରେ ଆଇନ ବ୍ୟବସ୍ତା କାହିଁନା କାହିଁ ଅଲଗା ଅଲଗା ରହିଛି । ଗରିବଙ୍କ ପାଇଁ ଗୋଟିଏ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ଆଉ ଗୋଟିଏ ! ତମାମ ଘଟଣାକୁ ଦେଖି ଆଜି ମାନ୍ୟବର ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ କଥା ମନେପଡୁଛି କି ଆଇନ ତା ବାଟରେ ଯିବ ! ଅନେକ ଘଟଣାରେ ସେ ଏଭଳି ପ୍ରତିକ୍ରିୟା ଦିଅନ୍ତି । ବାସ୍ତବରେ ରାଜ୍ୟରେ ଆଇନା ତା ବାଟରେ ଯାଉଛି ! ଯେଉଁ ଆଇନ ପାଖରେ ଲଗାମ୍ ନାହିଁ । ଯିଏ ଯେତେବେଳେ ଯେମିତି ମୋଡିବ ସେମିତି ଯାଉଥିବା ପରି ମନେ ହେଉଛି । ତେଣୁ ଏକ୍ଷେତ୍ରରେ କୁହାଯାଇ ପାରିବ, କି ମୁଖ୍ୟମନ୍ତ୍ରୀ ଠିକ୍ କହିଛନ୍ତି "ଆଇନ ତାବାଟରେ ଯିବ" ବୋଧହୁଏ ଜନସାଧାରଣଙ୍କ ବୁଝିବାରେ ଭୁଲ ରହିଛି । ଏବେ ଦେଖିବା କଥା ସୌମ୍ୟଙ୍କ ମାମଲାରେ ଆଇନ କେଉଁବାଟରେ ଯାଉଛି ।