TOP NEWS

6/recent/ticker-posts

ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଗୋଟିଏ ପରିବାରର ୪ଜଣଙ୍କୁ ଛୁରାମାଡ


ଝାରସୁଗୁଡା,୨୩।୮: ପୂର୍ବଶତ୍ରୁତାରୁ କେନ୍ଦ୍ରକରି ଗୋଟିଏ ପରିବାରର ୪ଜଣଙ୍କୁ ଛୁରାମାଡ । ଛୁରାମାଡ ପରେ ପୋଲିସ ଭୟରେ ଅଭିଯୁକ୍ତମାନେ ଫେରାର । ଏଭଳି ଘଟଣା ଘଟିଛି ଜିଲ୍ଲାର ବ୍ରଜରାଜନଗର ଶାସ୍ତ୍ରୀ ନଗର ଅଞ୍ଚଳରେ । ମିଳିଥିବା ଖବର ଅନୁସାରେ ଶାସ୍ତ୍ରୀ ନଗରରେ ରହୁଥିବା ୨ପରିବାର ମଧ୍ୟ କୌଣସି ଘଟଣାକୁ ନେଇପୂର୍ବରୁ ଶତ୍ରୁତା ରହିଛି । ତେବେ ପ୍ରାୟ ୮ଜଣ ଯୁବକ ରାଜେନ୍ଦ୍ରଙ୍କ ଘରେ ପଶି ତାଙ୍କ ଠାରୁ ଟଙ୍କା ଛଡେଇବା ସମୟରେ ଘର ଭିତରୁ ତାଙ୍କର ବୋହୂ ଦୌଡି ଆସିବାରୁ ତାଙ୍କୁ ପ୍ରଥମେ ଛୁରାମାଡ କରିଥିଲେ ଯୁବକ । ଏହା ଦେଖି ଘର ଭିତରୁ ପରିବାର ଲୋକ ବାହାରି ଆସିବାରୁ ସମସ୍ତଙ୍କୁ ଛୁରାମାଡ କରିଥିବା ବେଳେ ସେଠରୁ ଫେରାର ମାରିଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ଓରିଏଣ୍ଟ ଥାନା ଓ ବ୍ରଜରାଜନଗର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।