ଖୋର୍ଦ୍ଧା: ବିଦ୍ୟୁତ ଖୁଣ୍ଟ ପଡି ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଏଭଳି ଅଭାବନୀୟ ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆଁ ଥାନା ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମରେ । ମିଳିଥିବା ଖବର ଅନୁସାରେ ଗାଁର ମନୋରଂଜନ ବେହେରାଙ୍କ ୪ବର୍ଷର ଶିଶୁ ଖେଳୁଥିବା ସମୟରେ ଗାଁରେ ପୋତା ଯାଇଥିବା ନୂଆ ବିଦ୍ୟୁତ ଖୁଣ୍ଟ ଶିଶୁ ଉପରେ ମାଡି ବସିଥିଲା । ଯାଫଳରେ ଶିଶୁକୁ ଗୁରୁତର ଅବସ୍ତାରେ ପରିବାର ଲୋକ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଆଜି ଏଭଳି ଘଟଣା ଘଟିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

