TOP NEWS

6/recent/ticker-posts

ମୋବାଇଲ ଫୋନ ଯୋଗୁଁ ବଢୁଛି ଯୌନ ଅପରାଧ:ଇମରାନ ଖାନ୍


ଦିଲ୍ଲୀ,୨୬।୮: ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ଏକ ବଡ ବୟାନ ସାମ୍ନାକୁ ଆସିଛି । ଇମରାନ ଖାନ୍ ବୁଧବାର ଲାହୋର ପଞ୍ଜାବ ଶିକ୍ଷା ସମ୍ମିଳନୀରେ ସମ୍ମୋଧିତ କରିବା ସମୟରେ କହିଥିଲେ କି ମୋବାଇଲ ଫୋନର ଦୂରୁପଯୋଗ ହେବା କାରଣରୁ ଦେଶରେ ଯୌନ ଅପରାଧ ବଢିଥିବା କହିଥିଲେ । ଆଧୁନିକ ଟେକନିକ୍ ର ଉପଯୋଗ ସଂପର୍କରେ ଭାଷଣ ଦେବା ସମୟରେ ଏହଳି ଟିପ୍ପଣି ଦେଇଥିଲେ । ତେବେ ଲାହୋର ର ଗ୍ରେଟର ଇକବାଲ୍ ପାର୍କରେ ନିକଟରେ ଘଟିଥିବା ଘଟଣା ପରେ ଏଭଳି ବୟାନ ଦେଇଛନ୍ତି ଇମରାନ୍ । ପୂର୍ବରୁ ମହିଳାମାନେ ଛୋଟ ପୋଷାକ ପିନ୍ଧି ଯୁବ ତଥା ପୁରୁଷଙ୍କୁ ଉସକାଉ ଥିବା ଭଳି ବୟାନ ଦେଇଥିଲେ । ଏହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା ।