ଗିରଫ ହେଲେ ରଙ୍ଗିଲା ପୋଲିସ ବାବୁ
August 27, 2021
ଅନୁଗୁଳ,୨୭।୮: ରାତି ଅଧରେ ଜଣେ ମହିଳାଙ୍କ ଘରେ ପଶି ଖରାପ ସଂପର୍କ ରଖିବାକୁ କହିବା ପୋଲିସ ବାବୁଙ୍କୁ ମହଙ୍ଗା ପଡିଛି । ଆଜି ବନ୍ଧା ହୋଇଛନ୍ତି ରଙ୍ଗିଲା ପୋଲିସ ବାବୁ । ତେବେ ଏଭଳି ଏକ ଲଜ୍ଜ୍ୟାକର ଘଟଣା ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲାରୁ । ପୋଲିସ ବାବୁ ଜଣକ ହେଉଛନ୍ତି ଜଣେ ସବ୍-ଇନ୍ସପେକ୍ଟର ତାଙ୍କ ନା ନୀଳମଣି ମହାନ୍ତି । ତାଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ଜଣାପଡିଛି । ମିଳିଥିବା ଖବର ଅନୁସାରେ ଗତ ୨୩ ତାରିଖ ରାତିରେ ସେ ତାଳଚେର ଅଚଂଳରେ ରହୁଥିବା ଜଣେ ମହିଳାଙ୍କ ଘରକୁ ଯାଇ କବାଟ ବାଡେଇଥିଲେ । ମହିଳା ଜଣକ କବାଟ ଖୋଲିବା ପରେ ପୋଲିସ ବାବୁ ଜଣକ ଘରକୁ ପସିବା ସହ ମହିଳାଙ୍କୁ ଅସଦାଚରଣ କରିଥିଲେ । ମହିଳା ଜଣକ ପୋଲିସର ଉର୍ଦ୍ଦେଶ୍ୟ ବୁଝିପାରି ନିଜ ମୋବାଇଲ ରେ ରେକଡିଂ କରିଦେଇଥିଲେ । ମହିଳା ଜଣକ ଲିଖିତ ଅଭିଯୋଗ କରିବା ପରେ ଏସପିଙ୍କ ନିର୍ଦ୍ଦେଶ କ୍ରମେ ବଅଁରପାଳ ପୋଲିସ ରଙ୍ଗିଲା ପୋଲିସ ବାବୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।