ଭୁବନେଶ୍ବର,୨୮।୮: ଆପଣ କୋଉ ଝିଅ ଚକ୍କରରେ ପଡିଛନ୍ତି କି ? ସାବଧାନ ! ନଚେତ ବ୍ଲାକ୍ ମେଲର ଶିକାର ହେବାକୁ ପଡିପାରେ । ଆମେ କାହିଁକି ଏଭଳି କହୁଛୁ । କାରଣ ରାଜଧାନୀ ଭୁବନେଶ୍ବର ନୂଆପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଏମିତି କିଛି ଘଟଣା ଘଟିଛି । ଆପ୍ ରେ ଦେଖା ପରେ ପରେ ପ୍ରେମ ତାପରେ ବ୍ଲାକ୍ ମେଲ ପାଇ ଫଣ୍ଡା । ତେବେ ଡିଜିଟାଲ ମାଧ୍ୟମରେ ଦେଖାଶାଖ୍ୟାତ ପରେ ଏକାଠି ହେଲେ ଭୁବନେଶ୍ବରରେ । ଉଭୟେ ଓୟୋ ରେ ଗୋଟିଏ ରୁମ୍ ରେ ରହିଲେ । ତାପରେ ଆରମ୍ଭ ହେଲା ଖେଳ । ଅସଦାଚରଣ କରିଥିବା ଅଭିଯୋଗ କରି ବଡ ପାଟିରେ ହଙ୍ଗାମା କଲେ ଆଉ ଯୁବତୀ ଡିମାଣ୍ଡ କଲେ ଏକ ଲକ୍ଷ ଟଙ୍କା । ଟଙ୍କା ଦେ ନଚେତ ଥାନାରେ ଏତାଲା ଦେବି ବନ୍ଧା ହେବୁ କହି ଧମକ୍ ଦେଲେ ଯୁବତୀ । ଶେଷରେ ନିରୁପାୟ ହୋଇ ଯୁବକ ଜଣ ଦୌଡି ଦୌଡି ଯାଇ ଥାନାର ଦ୍ବାରସ୍ତ ହେଲେ । ପଛେପଛେ ଯୁବତୀ ମଧ୍ୟ ଯାଇ ସେଠି ଯାଇ ସମାଧାନ ହୋଇଥିବା ଜଣାପଡିଛି ।

