ଭୁବନେଶ୍ବର,୫।୮: ସୋରଡ଼ା ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁଙ୍କ ପାଇଁ ବଢିଲା ଟେନସନ୍ । ସେ ନିର୍ବାଚନ ସମୟରେ ଦେଇଥିବା ସତ୍ୟପାଠରେ ପ୍ରତିଥର ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅଲଗା ତଥ୍ୟ ଦେଇଛନ୍ତି । ଶିକ୍ଷାଗତ ଯୋଗ୍ୟତା ନେଇ ମିଥ୍ୟା ସତ୍ୟପାଠ ବିରୁଦ୍ଧରେ ଗତ କିଛି ଦିନ ପୂର୍ବରୁ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଆଜି ରାଜ୍ୟ ବିଜେପି ତରଫରୁ ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ସୋରଡ଼ା ବିଜେଡି ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ମିଥ୍ୟା ସତ୍ୟପାଠ ବିରୁଦ୍ଧରେ ଅଭିଯୋଗ କରି ସଭ୍ୟ ପଦ ରଦ୍ଧ କରିବାପାଇଁ ଦାବି କରିଛନ୍ତି । ଏଥିରେ ଶ୍ରୀମତୀ ଅନିତା ଶୁଭଦର୍ଶିନୀ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶ୍ରୀ ନୀଳମଣି ବିଶୋଇ, ଶ୍ରୀ ସୁରଥ ବିଶ୍ୱାଳ, ଶ୍ରୀମତୀ ପିଙ୍କି ପ୍ରଧାନ, ଶ୍ରୀମତୀ ଜୟନ୍ତୀ ପଢ଼ିଆରୀ, ଶ୍ରୀ ଶିଶିର ମିଶ୍ର, ଶ୍ରୀ ରଞ୍ଜନ ରାଉତ ଏବଂ ଶ୍ରୀ ଗୋପାଳ ଗୌଡ଼ ପ୍ରମୁଖ ସାମିଲ ଥିଲେ।

