କଣ୍ଟାମାଳ,୫।୮: ବିଡିଓଙ୍କ ଗୋଟିଏ ଟ୍ବିଟ୍ ଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ ? ଗତକାଲି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଡିଓ ବନ୍ଦନା ଖଟୁଆ ନିଜ ଟ୍ବିଟର ଏକାଉଣ୍ଟରେ ଏକ ଟ୍ବିଟ୍ କରିଥିଲେ । ଯାହା ଆମେ ତାହାର ସ୍କ୍ରିନସଟ୍ ଦେଖାଉଛୁ ..
ଜଣେ OAS ଅଧିକାରୀ ଭାବରେ ମ୍ୟାଡମ କଣ ଜାଣି ନାହାନ୍ତି କି ? ଜଣେ ପ୍ରଶାସିକା କିଭଳି ଭାବରେ ଜନସାଧାରଣଙ୍କ ସାମ୍ନାକରିବେ ! କିନ୍ତୁ ଆଶ୍ଚର୍ୟ୍ଯର କଥା ବିଡିଓଙ୍କ ପୋଷ୍ଟ ଏକ ହାସ୍ୟାସ୍ପଦ ଭଳି ଲାଗୁଛି ! ନିଜ ଭିତରେ ଥିବା ଅହଂକାର ଯୋଗୁଁ ସେ ସବୁ ତମାମ ଘଟଣାକୁ ମ୍ୟାନେଜ କରିବାରେ ବିଫଳ ହୋଇଛନ୍ତି । ଯେଉଁଥି ପାଇଁ ନିରାଶ ହୋଇ ଶେଷରେ 5T ସଚିବ ଭିକେ ପାଣ୍ଡିଆନଙ୍କ ଶରଣରେ ଯାଇଛନ୍ତି । ନିଜ ଭୂଲକୁ ନସୁଧାରି ନିରପେକ୍ଷ ଭାବରେ କର୍ତ୍ତବ୍ଯ ସଂପାଦନ ନକରି ବିଡିଓ ବନ୍ଦନା ଖଟୁଆ ସୋସିଆଲ ମିଡିଆରେ ଏକ ଟ୍ବିଟ୍ କରିଛନ୍ତି ଆଉ କହିଛନ୍ତି ମୁଁ ଜାଣି ନାହିଁ କି ଆମେ ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ବାଧ୍ୟ କି ? କୌଣସି ଅଭିଯୋଗ ର ଠିକ୍ ଭାବରେ ସମାଧାନ କରିବା ଉଚିତ ନା ରାଜନୈତିକ ଦଳର ଗନ୍ଦି ଟିପ୍ପଣି ଶୁଣିବା ଓ ଟାର୍ଗେଟ୍ କରାଯାଉଥିବା ଘଟଣାକୁ ସହଜରେ ହଜମ୍ କରିପାରୁ ନାହାନ୍ତି ବିଡିଓ ମହାଶୟା @ଲଗାଇ ଭିକେ ପାଣ୍ଡିଆଙ୍କ ପରାମର୍ଶ ଲୋଡିଛନ୍ତି କଣ୍ଟାମାଳ ବିଡିଓ । ସୂଚନା ଥାଉକି ଖୋଲାଖୋଲି ନିୟମ କାନୁନ୍ ଙ୍କୁ ବେଖାତିରି କରି ଅରବିନ୍ଦ ଶିକ୍ଷାକେନ୍ଦ୍ରକୁ ହଟେଇବା ଇଏ କେଉ ପ୍ରକାରର ପ୍ରଶାସିକାର କର୍ତବ୍ୟ ସଂପାଦନ କରିଛନ୍ତି ? ବର୍ଷା ହେଲେ ରାସ୍ତାଘାଟର ଅବସ୍ତା ନିତିଦିନ ସାମ୍ନାକୁ ଆସୁଛି । ତାର ସମାଧାନ କରିବା ପରିବର୍ତେ ତାକୁ ଯଦି କିଏ ବାହାର କରିବ ତାହେଲେ ସେ ଖରାପ୍ ! ମ୍ୟାଡମଙ୍କ କାର୍ଯ୍ୟକୁ କେହି ପ୍ରଶ୍ନ ଉଠାଇବେ ନାହିଁ । ସିଏ ଯାହା କରିବେ ତାହାବୋଧେ ଠିକ୍ ! ତାକୁ ମାନିନେଲେ ସୁନାପିଲା ନଚେତ । ଅଯଥା କଣ୍ଟାମାଳ ବ୍ଲକ ପ୍ରଶାସନକୁ ବଦନାମ୍ କରାଯାଉଛି ବୋଲି ରଡିଛାଡୁଛନ୍ତି । ତେବେ ଗଣତନ୍ତ୍ର ଦେଶରେ ଜଣେ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବା, ତାଙ୍କ ଭୂଲ କାର୍ଯ୍ୟକଳାପକୁ ସମାଲୋଚନା କରିବା ଅଧିକାର ପ୍ରତ୍ୟୋକ ଜନସାଧାରଣଙ୍କର ରହିଛି ରାଜନୈତିକ ଲୋକଙ୍କ ରହିଛି । ସେ ଅଧିକାର କେହି ଛଡେଇ ପାରିବେ ନାହିଁ । କିନ୍ତୁ ଏକଥା ମଧ୍ୟ ସତ ବ୍ୟକ୍ତିଗତ ଅାକ୍ଷେପ କିମ୍ବା ଅଶ୍ଲିସ ଭାଷା ପ୍ରୟୋଗ କରିବା ଉଚିତ ନୁହେଁ ତାକୁ "ଖବର" ସମର୍ଥନ କରେ ନାହିଁ । କିନ୍ତୁ ବିଡିଓଙ୍କ ପୋଷ୍ଟ କାହିଁ ନା କାହିଁ ତାଙ୍କର ଦୂର୍ବଳତା ଧରାଇ ଦେଲା । ଯେ ତାଙ୍କ ପାଖରେ ଦକ୍ଷତା କମ୍ ରହିଛି । ଯେଉଥି ପାଇଁ ସେ ୫ଟି ସଚିବଙ୍କ ଶରଣରେ ଯାଇ ବାଟ ଖୋଜିଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

