ଭୁବନେଶ୍ବର,୬।୭: ଗତ କିଛି ଦିନ ପୂର୍ବରୁ ହଠାତ ଭାବରେ ଖବର ସାମ୍ନାକୁ ଆସିଲା ଗଠନ ହେବ ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମ୍ । କିନ୍ତୁ ଆଜି ପର୍ଯ୍ୟନ୍ତ ତାହାର କିଛି ସରକାରୀ ଅବା ଦଳ ତରଫରୁ ସ୍ପଷ୍ଟ ହୋଇନାହିଁ । କେବଳ ଗଣମାଧ୍ୟମ ଚର୍ଚ୍ଚାକୁ ଖବରଟି ଜୋରସୋର ରେ ଆସିଲା । ନବୀନଙ୍କ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଘଟଣାକୁ କିଛି ରାଜନୈତିକ ସମୀକ୍ଷକ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି । କିଛି ସମୀକ୍ଷକଙ୍କ ମତ ଅନୁସାରେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଯଦି ମନ୍ତ୍ରୀମଣ୍ଡଳ ପ୍ରକ୍ରିୟା ଏବେ କରାଯାଏ ତାହେଲେ ଦଳ ଭିତରେ ଅସନ୍ତୋଷ ତିବ୍ର ହୋଇପାରେ ! ସବୁଦୃଷ୍ଟି କୋଣରୁ ବିଚାରକୁ ନିଆଯାଇ ଦଳପତି ନିଷ୍ପତ୍ତି ନେବାରେ ବିଳମ୍ବ କରୁଥାଇ ପାରନ୍ତି । ଏଇଟା ବି ହେଇପାରେ ପଞ୍ଚାୟତ ନିର୍ବାଚନ ବିଜୟ ପାଇଁ ଏଭଳି ଖବର ଚର୍ଚ୍ଚାକୁ ଆଣି ମନ୍ତ୍ରୀ ଆଶାୟୀ ଥିବା ବିଧାୟକଙ୍କ ପାଇଁ ଏକ ଥୋପ ହୋଇପାରେ ! କାରଣ ଏମିତି ଚର୍ଚ୍ଚାକଲେ ହିଁ ସବୁ ନେତା ଆକ୍ଟିଭ୍ ମୋଡରେ ପଞ୍ଚାୟତ ନିର୍ବାଚନ ସମୟରେ କାର୍ଯ୍ୟକରିବେ ? କାରଣ କ୍ଷମତା ମୋହ ସମସ୍ତଙ୍କ ରହିଛି । ୫ମ ପାଠ ପଢିନଥିବା ନେତା ବି ଆଶାରଖିଛି ମନ୍ତ୍ରୀ ହେବ ବୋଲି । ତେବେ ତମାମ ଘଟଣା ଭିତରେ ବିଜେଡି ମୁଖିଆଙ୍କୁ ଗୋଷ୍ଠି କନ୍ଦଳ ଭୟ ଘାରିଥିବା କୁହାଯାଉଥିବା ବେଳେ ସେଇଥି ପାଇଁ ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହୋଇପାରୁନଥିବା ଆଲୋଚନା ହେଉଛି । ଯାହା ପରବର୍ତି ସମୟ ଅର୍ଥାତ ନିର୍ବାଚନ ଫଳାଫଳ ଓଲଟ ପାଲଟ ହେବାର ସମ୍ଭାବନା ରହିଛି । ଏଭଳି ମନ୍ତ୍ରୀମଣ୍ଡଳ ଅଦଳବଦଳ ଘଟଣା ପ୍ରସଙ୍ଗରେ ଅନେକ ଆଲୋଚନା ପର୍ଯ୍ୟାଲୋଚନା ଭିତରେ ଚଳିତ ଅଗଷ୍ଟ ୧୫ ପୂର୍ବରୁ କିମ୍ବା ପରେ ଏ ଚର୍ଚ୍ଚାର ଅନ୍ତ ହୋଇ ନବୀନଙ୍କ ନୂଆଟିମ୍ ହୋଇପାରେ ବୋଲି ଭିତର ମହଲରୁ ଜଣାପଡିଛି ।

