ଦିଲ୍ଲୀ,୨୩।୮: ଗରିବ ଶ୍ରେଣୀର ନାବାଳିକା ଝିଅ ମାନଙ୍କୁ କାମ ଦେବା ବାହାନାରେ ଦେହ ବେପାରରେ ଲଗାଉଛି ଲେଡି ଡନ୍ । ମନାକଲେ ମିଳୁଛି ଜୀବନରେ ମାରି ଦେବାର ଭୟ ! ଏଭଳି ସାଂଘାତିକ ଖବର ଅସିଛି ଦେଶର ରାଜଧାନୀ ଦିଲ୍ଲୀରୁ । ତେବେ ମିଳିଥିବା ଖବର ଅନୁସାରେ ହଲିମା ନାମକ ଜୈନିକ ମହିଳା ନିରିହ ଗରିବ ନାବାଳିକା ମାନଙ୍କୁ କାମଯୋଗାଇ ଦେବାର ଲୋଭ ଦେଖାଇ ସେମାନଙ୍କୁ ସେକ୍ସ କାମରେ ଲଗାଉଥିଲା । ମନାକରିବାରୁ ସେମାନଙ୍କୁ ଜୀବନରେ ମାରିଦେବାକୁ ଧମକ୍ ଦେଉଥିବା ଅଭିଯୋଗ ହୋଇଛି । ତେବେ ଦିଲ୍ଲୀ ପୋଲିସ ଖବର ପାଇ ଚଢାଉ କରି ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ମାଷ୍ଟରମାଇଣ୍ଡ ଥିବା ଲେଡିଡନ୍ ଫେରାର୍ ହୋଇଯାଇଥିବା ଜଣାପଡିଛି ।

