ବୌଦ୍ଧ,୨୮।୮: ଗଞ୍ଜେଇ ବେପାର କରୁଛି ପୋଲିସ । ତେବେ ବୌଦ୍ଧ ଜିଲ୍ଲାରେ ଏଭଳି ଚାଲିଥିବା ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । କିଛି ଅସାଧୁ ପୋଲିସ ତଥା ହୋମଗାର୍ଡ ମାନଙ୍କ ଯୋଗୁଁ ଗଞ୍ଜେଇ ମାଫିଆ ଖସିବାରେ ସଫଳ ହେଉଥିବା କୁହାଯାଉଛି । କେତେକ ହୋମଗାର୍ଡ ନିଜେ ଗଞ୍ଜେଇ ଚୋରା ଚାଲାଣରେ ଲିପ୍ତ ରହିଥିବା ଅଭିଯୋଗ ହେଉଛି । ମାଫିଆଙ୍କ ସହିତ ଲିଙ୍କ୍ ଯୋଗୁଁ ମାଲାମାଲ ହେଉଥିବା ବେଳେ ଥାନାବାବୁ ମାନଙ୍କୁ ନିଜ ସପକ୍ଷରେ ରଖିବାକୁ ଅପ୍ରାଣ ଉଦ୍ୟମ କରନ୍ତି । ସବୁଠାରୁ ବଡ କଥା ହେଉଛି ଯଦି ସେଭଳି କାର୍ଯ୍ୟରେ ଧରାପଡନ୍ତି ତେବେ ସେତେବେଳେ କିଛି ହୋମଗାର୍ଡ ବିଧାୟକ ମୋ ଲୋକ ନିଜର ଦବଦବା ଦେଖାଇବାକୁ ଯାଇ ସମସ୍ତଙ୍କ ସାମ୍ନାରେ ନେତାଙ୍କୁ ଫୋନ ମଧ୍ୟ କରନ୍ତି । ସତେ ଯେମିତି ଲାଗିବ କି ସେ ବିଧାୟକଙ୍କୁ ଯାହାକହିବି ତାହା କରିବ ବୋଲି ବାହାପିଆ ମଧ୍ୟ ମାରନ୍ତି । ଯଦି ସତରେ ବିଧାୟକ ମହାଶୟ ଗଞ୍ଜେଇ କାରବାର ତଥା ମାଫିଆଙ୍କ ସହିତ ସଂପର୍କ ଥିବା ହୋମଗାର୍ଡ ମାନଙ୍କ କଥା ଶୁଣୀ ତାଙ୍କ କହିବା ମୁତାବକ କାମ କରନ୍ତି ତାହେଲେ କାମ ସରିଲା । ହେଲେ କଥାକୁ ଗ୍ରହଣ କରି ହେଉନ ଥିଲେ ମଧ୍ୟ ଅସମ୍ଭବ ମଧ୍ୟ ନୁହଁ । ରାଜନୀତିରେ ସବୁ ସମ୍ଭବ । ହେଲେ ଏଭଲି ବ୍ୟବସ୍ତାକୁ କେହି ଗ୍ରହଣ କରିବେ ନାହିଁ । କିନ୍ତୁ ଗଞ୍ଜେଇ ବ୍ୟବସାୟ ସହ ମାଫିଆଙ୍କ ସହିତ ଲିଙ୍କ ଥିବା ପୋଲିସ ହୋମଗାର୍ଡମାନଙ୍କୁ ବିଦାକରିବା ଦରକାର ନଚେତ ପୋଲିସ ବିଭାଗରେ ବଦନାମ୍ ର ବାନା ଉଡିବ ଏଥିରେ ସନ୍ଦେହ ନାହିଁ । ନିକଟରେ କୋରାପୁଟ ଜିଲ୍ଲାରେ ଗଞ୍ଜେଇ ଚାଲାଣରେ ସଂପୃକ୍ତ ଥିବା ୬ଜଣଙ୍କୁ ଗିରଫ କରିଥିବା ବେଳେ ଗଞ୍ଜେଇ ଚାଲାଣ ଟ୍ରକରେ ଥିବା ଜଣେ ହୋମଗାର୍ଡ ମଧ୍ୟ ଗିରଫ ହୋଇଥିବା ଏସଡିପିଓ ସୂଚନା ଦେଇଥିଲେ ।

