ଭୁବନେଶ୍ବର,୧୬।୧୦: ଆଜି ହେଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ । କୋଭିଡ ଯୋଗୁଁ ଜନ୍ମଦିନ ପାଳନ କରୁନହାନ୍ତିଁ ସତ କିନ୍ତୁ ନବୀନ ନିବାସ ବଦଳରେ ମହତ କାର୍ଯ୍ୟରେ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ୨୦୦୦ ମସିହା ପରଠାରୁ ତାଙ୍କର ଭାଗ୍ୟର ସାଥ୍ କୁହନ୍ତୁ କି ଯାହାବି କୁହନ୍ତୁ ରାଜ୍ୟରେ ନିରଙ୍କୁଶ ଭାବରେ ନବୀନ ବାବୁ ୫ଥର ମୁଖ୍ୟମନ୍ତ୍ରୀ ରହି ରାଜ୍ୟଭାର ସମ୍ଭାଳିଛନ୍ତି । ଏହି ଲମ୍ବା ସମୟ ଭିତରେ ତାଙ୍କର ଅନେକ ଶୁଭେଚ୍ଛୁ ରହିଛନ୍ତି । ବିଜୁବାବୁଙ୍କ ନାରେ ରାଜନୀତିରେ ପାଦଦେଇଥିବା ନବୀନ ବାବୁଙ୍କ ଲମ୍ବା ରାସ୍ତା ଭିତରେ ଅନେକ ବାଦବିବାଦ ଆସିଛି । ହେଲେ ସିଧାସଳଖ ତାଙ୍କ ଉପରେ କୌଣସି ଦାଗ ଟିଏ ଲାଗିପାରି ନାହିଁ । ଦେହରେ କଳାଦାଗ ଲାଗିବା ପୂର୍ବରୁ କାହାକୁ ବଳି ଦେଇ ସମୟ ସମୟରେ ରାଜ୍ୟବାସୀଙ୍କୁ ନିଜକୁ ସ୍ବଚ୍ଛ ଶାସନର ଚେହେରା ଦେଖାଇ ଆସିଛନ୍ତି । ସେ ଯାହାବି ହେଉ ରାଜ୍ୟରେ ତାଙ୍କ ସମୟରେ ଚିଟ୍-ଫଣ୍ଡ ଦୁର୍ନୀତି ଠାରୁ ଆରମ୍ଭ କରି ଡାଲି,ଜମି ଦୁର୍ନୀତି ପ୍ରସଙ୍ଗ ବିରୋଧି ସାମ୍ନାକୁ ଆଣିଥିଲେ ମଧ୍ୟ ବିରୋଧିଙ୍କୁ ମ୍ୟାନେଜ କରିବାର କଳା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି । ତେଣୁ ସେ ଆଜି ପର୍ଯ୍ୟନ୍ତ ନିରଙ୍କୁଶ ଭାବରେ ଶାସନ କରିଆସିଛନ୍ତି । ସେ ଯାହାବି ହେଉ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ତାଙ୍କର ଦିର୍ଘାୟୁ କାମନା କରିବା ସହ ସମସ୍ତଙ୍କ ପ୍ରିୟଭାଜନ ହେବାର କଳା ବୃଦ୍ଧି ହେଉ। ଏହା ସହ ଜନ୍ମଦିନର ଅନେକ ଶୁଭେଚ୍ଛା ଜଣାଉଛୁ ।
