TOP NEWS

6/recent/ticker-posts

ଦୁଇ ବାଲ୍ୟ ବିବାହକୁ ନିଷେଧ କରିବା ପ୍ରୟାସରେ ପ୍ରଶାସନ ସଫଳ


ବୌଦ୍ଧ,୨୧।୧୧: ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟବିବାହ ନିଷେଧ କାରିଣୀ ଓ ପୋଲିସର ମିଳିତ ସହଯୋଗରେ ଆଜି ଦୁଇଟି ବାଲ୍ୟ ବିବାହକୁ ନିଷେଧ କରିବା ପ୍ରୟାସରେ ସଫଳ ହୋଇଛି ଜିଲ୍ଲା ପ୍ରଶାସନ । ହରଭଙ୍ଗା ବ୍ଲକ ତଳଗାଁରେ ଗୋଟିଏ ଝିଅର ନିର୍ଭନ୍ଧ ସରିଥିଲା ଖବର ପାଇ ପ୍ରଶାସନ ପହଞ୍ଚିଥିଲେ ସିଡିପିଓ ନିରୂପମା ପାଣି । ସେ ନାବାଳିକା ହୋଇଥିବାରୁ ସରକାରଙ୍କ ନିୟମ ସମ୍ପର୍କରେ ପରିବାର ଲୋକଙ୍କୁ ସିଡିପିଓ ବୁଝାଇଥିଲେ । ସବୁକିଛି ବୁଝିବା ପରେ ୧୮ ବର୍ଷ ନପୁରିବା ପର୍ଯ୍ୟନ୍ତ ଝିଅର ବିବାହ କରିବୁ ନାହିଁ ବୋଲି ପିତା ମାତା ଏକ ଚୁକ୍ତିନାମା କରିଛନ୍ତି । ଏବଂ ଏଥିରେ ବିଚ୍ୟୁତ ହେଲେ ଆଇନ ଅନୁଯାୟୀ ଦଣ୍ଡିତ ହେବା ନେଇ ପତ୍ରରେ ମଧ୍ୟ ଉଲ୍ଲେଖ କରିଯାଇଥିବା ଜଣାପଡିଛି । ସୂଚନା ଥାଉକି, କିଛି ଦିନ ତଳେ କାଣ୍ଟାମାଳ ଶିଶୁ ବିକାଶ ପ୍ରକଳ୍ପ ତଥା ବାଲ୍ୟ ବିବାହ ନିଷେଧ କାରିଣୀ, ଜ୍ୟୋସ୍ନାମୟୀ ପାଢୀ ମଧ୍ୟ ଏକ ବାଲ୍ୟ ବିବାହ ରୋକିବାରେ ସଫଳ ହୋଇଥିଲେ । ପୂର୍ବରୁ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ସମସ୍ତଙ୍କ ସହଯୋଗରେ ବାଲ୍ୟ ବିବାହ ମୁକ୍ତକରିବା ପାଇଁ ଆହ୍ବାନ ଦେଇଥିଲେ ଯାହା ଆଜି ସଫଳତା ମିଳିଛି ।