TOP NEWS

6/recent/ticker-posts

"ରକ୍ଷକ"କୁ ନେଇ ସଚେତନତା ସହ ତାଲିମ ଶିବିର ଅନୁଷ୍ଠିତ


ବୌଦ୍ଧ,୩୦।୧୧: ବୌଦ୍ଧ ଜିଲ୍ଲାର ଆଞ୍ଚଳିକ ପରିବହନ ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ ବୀରନରସିଂହ ପୁର ଉଚ୍ଚ ବିଦ୍ୟାଳୟରେ (ରକ୍ଷକ) ପ୍ରକଳ୍ପ ର ପ୍ରଥମ ପ୍ରତିକ୍ରିୟାଶିଳ ବ୍ୟକ୍ତିବିଶେଷଙ୍କୁ ନେଇ ତାଲିମ ଶିବିର ଅନୁଷ୍ଠିତ ହୋଇଛି। ଦୁର୍ଘଟଣା ରେ ଆହତ ହେବାର ପ୍ରଥମ ଘଣ୍ଟା ଗୁରୁତ୍ୱ ପୂର୍ଣ୍ଣ ହୋଇଥିବାରୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଗଲେ 50 ଭାଗ ମୃତ୍ୟୁହ୍ରାସ ପାଇବା ସମ୍ଭlବନା ରହିଛି । ଏଥି ନିମନ୍ତେ ଫାଷ୍ଟ ରେଷ ପଣ୍ଡ ର  (ସ୍ୱେଚ୍ଛାସେବୀ)ମାନକଂ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଦୁର୍ଘଟଣା ରେ ଆହତ ବ୍ୟକି ପ୍ରାଥମିକ ଚିକିତ୍ସା ପ୍ରଦାନ, ଡାକ୍ତର ଖାନl ରେ ତୁରନ୍ତ ଭର୍ତି ନିମନ୍ତେ ସହାୟତା କରିବାପାଇଁ ଉପସ୍ଥିତ ଫାଷ୍ଟରେଷ୍ ପଣ୍ଡ ର ମାନକୁ ତାଲିମ ପ୍ରଦାନ ନିହାତି ଆବଶ୍ୟକ ଅଟେ। ଏମାନଙ୍କ ଦକ୍ଷତା ବୃଦ୍ଧି ଏବଂ ଗୁଡ ସମlରି ଟା ନ  କାର୍ଯ ପ୍ରତି ଆକୃଷ୍ଟ କରିବା ପାଇଁ ଏହି ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦୁର୍ଘଟଣା ଆଶଙ୍କା ଥିବା ସ୍ଥାନ ନିକଟସ୍ଥ ଏବଂ ରାସ୍ତା ପାର୍ଶ୍ଵ ରେ ଥିବା  ଢା ବା  ଗାରେଜ , ଚା ଓ ପାନ ଦୋକାନ ରେ କାର୍ଯ୍ଯ ରତ  ଏବଂ ସେବା ମନବୃତି ଥିବା ବ୍ୟକ୍ତି କ୍ନୁ ନେ ଇ ତାଲିମ ଶିବିର ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ଯ କ୍ରମ ରେଶ୍ରୀଯୁକ ଅଙ୍କୁର ଶର୍ମା, ଦିଲ୍ପପି କୁ, ପ୍ରଧାନ ସଂଯୋଜକ ନୂଆ ଦିଲ୍ଲୀ, ପର୍ଯ୍ୟବେକ୍ଷକ ଭାବେ, ଆଞ୍ଚଳିକ ପରିବହନ ଅଧିକାରୀ , ଅମରେଶ ପାତ୍ର, ଏମ୍ଭି ଆ ଇ, ପ୍ରମୋଦ କୁମାର ସିଂହ, ପ୍ରବୀର କୁମାର ଦାସ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରଶିକ୍ଷକ ଭାବର ମାଷ୍ଟର ଟ୍ରେନର ମାନସ ରଞ୍ଜନ ଧଳ, ନବ କିଶୋର ଦୀପ ,ଶ୍ରୀଯୁକ୍ତ ଯୋଶୀ ,ସଦାଶିବ ଜେନା ପ୍ରମୁଖ ତାଲିମ ପ୍ରଦାନ କରି ଏହି ପ୍ରକଳ୍ପ ର ସଫଳ ରୂପାୟନ ପାଇଁ ବିସ୍ତୃତ ଆଲୋଚନା କରିଥିଲେ।