ବୌଦ୍ଧ,୩୦।୧୧: ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦାମ ଶେଖର ପୁରୋହିତ ଆଜି ତାଙ୍କ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବହିରା ଆଞ୍ଚଳିକ ସାଧନକେନ୍ଦ୍ର ତରଫରୁ ଜୁରାମୁଣ୍ଡା ସରକାରୀ ଉଚ୍ଚପ୍ରାଥମିକ ପରିସରରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଜୁରାମୁଣ୍ଡା ସରକାରୀ ଉ.ପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରବୀର କୁମାର ରଥଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବହିରା ହାଇସସ୍କୁଲ୍ ଶିକ୍ଷକ ଦେଶବନ୍ଧୁ ମହାକୁଳ, ସିଆରସିସି ତୋଷଣ କୁମାର ମହାକୁଳ, ବିଦାୟୀ ହେବାକୁ ଥିବା ପ୍ରଧାନଶିକ୍ଷକ ସୁଦାମ ଶେଖର ପୁରୋହିତ ମଞ୍ଚାସିନ ରହି ଅତିଥିଭାବେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶିରୀଶ କୁମାର ଗାଈଗୋରୀଆ, ଗଣ୍ଡାରାମ ସାହୁ, ହାଡିବନ୍ଧୁ ସାହୁ, ଶାନ୍ତନୁ କୁମାର ଭୁକ୍ତା, ରଘୁନାଥ ମେହେର, ହିମାଂଶୁ ଶେଖର ବିଶି, ଶଙ୍କର୍ଷଣ ହାତୀ ଓ ବହିରା ଉଚ୍ଚପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ବିଜ୍ଜୟିନୀ ପାତ୍ର ବିଦାୟୀ ଶିକ୍ଷକଙ୍କ ଉପରେ ବକ୍ତବ୍ୟ ରଖି କହିଥିଲେ କି ଶ୍ରୀ ପୁରହିତଙ୍କ ଠାରୁ ଅନେକ କିଛି ସିଖିବାକୁ ମିଳିଛି । ପିଲାଙ୍କ ପାଠପଢା ସହିତ ସଂସ୍କାର ଶିକ୍ଷା ଉପରେ ପ୍ରଧାନ୍ୟ ଦେଇଆସିଛନ୍ତି ପୁରୋହିତ ସାର୍ । ତାଙ୍କର ସେହି ଶିକ୍ଷା ଆମକୁ ମଧ୍ୟ ପ୍ରେରଣା ଦେଇଥିବା କହିଛନ୍ତି ସହଯୋଗୀ ଶିକ୍ଷାକ । ଏହି ସଭାରେ ଶିକ୍ଷକ ବିଶ୍ଵମୋହନ ନାୟକ ଅତିଥିପରିଚୟ ପ୍ରଦାନ ପ୍ରଦାନ କରିଥିବାବେଳେ ଲୋହିତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୁରୋହିତଙ୍କୁ ମାନପତ୍ର, ଉପଢୌକନ ଓ ବିଭିନ୍ନ ସୌଖିନ ଉପକରଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ବହିରା କ୍ଲଷ୍ଟରର ପାଖାପାଖି ୪୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ଏହିସଭାରେ ଉପସ୍ଥିତ ଥିଲେ ।
