TOP NEWS

6/recent/ticker-posts

ଚାଲାଣ ହେଉଥିଲା ଗଞ୍ଜେଇ,ମାଡିବସିଲା ପୋଲିସ


ଗଂଜାମ/ପାତ୍ରପୁର(ପ୍ରଭୂ ପ୍ରସାଦ ପଣ୍ଡା):- ଗଞ୍ଜେଇ ଚାଲାଣ ବେଳେ ପୋଲିସ ହାବୁଡରେ ପଡିଗଲେ ମାଫିଆ । ପାତ୍ରପୁର ବ୍ଲକ୍ ଅନ୍ତର୍ଗତ କେଲୁଆ, ସୁରଙ୍ଗି ଏବଂ ପାତ୍ରପୁରଠାରେ ଶୁକ୍ରବାର ସକାଳେ ୪.୩୦ ମିନିଟ୍ ସମୟରେ ଏସ ଆଇ ମଦନେଶ୍ୱର କଅଁର ଏବଂ ପୋଲିସଷ୍ଟାଫଙ୍କ ମିଳିତ ଭାବେ ପେଟ୍ରଲିଙ୍ଗ ସମୟରେ କେଲୁଆଠାରେ ଏକ ମୋଟର ଚାଳକ ନାମ-ଜେରଦ ରଇତ(୨୫),ପଛରେ ବସିଥିବା ବ୍ୟକ୍ତି ରାଜେଶ ରଇତ(୧୯)ଙ୍କଠାରୁ ୩ ବ୍ୟାଗ୍ ଗଞ୍ଜେଇ ଏବଂ ଏକ ବାଇକ୍ ଜବତ ହୋଇଥିଲା l ଉଭୟବ୍ୟକ୍ତି ଗଜପତି ଜିଲ୍ଲା ଅନ୍ତର୍ଗତ R.ଉଦୟଗିରି ନିକଟସ୍ଥ ତିଅକାମାଳ ଗ୍ରାମର ହୋଇଥିବା ଜଣାପଡ଼ିଛି l ଗଞ୍ଜେଇର ଓଜନ ହାରାହାରି ୨୭ କେଜି ବୋଲି ଅନୁମାନ ହୋଇଛି l ଏହିପରି ସେମାନେ ନିତିଦିନ ଗଞ୍ଜେଇ R. ଉଦୟଗିରିରୁ ଭୁବନେଶ୍ୱରକୁ ଚାଲାଣ କରୁଥିବା ପ୍ରକାଶ କରିଛନ୍ତି l ଏଥିନେଇ ପୋଲିସ କେସ ନଂ-୨୬୭ ରେ ଏକ ମାମଲା ରୁଜୁ କରିବା ସହିତ ପୋଲିସ ତଦନ୍ତ ଚାଲୁରଖିଛି ଏବଂ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜରଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି l